Below header

ପଦୋନ୍ନତିରେ SC/ST ଙ୍କୁ ଆଉ ମିଳିବନି ସଂରକ୍ଷଣ: ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : ସରକାରୀ ଚାକିରି ପଦୋନ୍ନତିରେ ଏସ୍‌ସି/ଏସ୍‌ଟିଙ୍କୁ ସଂରକ୍ଷଣ ଜରୁରୀ ନୁହେଁ । ରାଜ୍ୟ ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ । ଏସମ୍ପର୍କିତ ମାମଲା ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ଚାହିଁଲେ ପଦୋନ୍ନତିରେ ସଂରକ୍ଷଣ ନିଷ୍ପତ୍ତି ନେଇପାରିବେ । ପୂର୍ବରୁ ନାଗରାଜ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଠିକ୍‌ ଥିଲା । ତେଣୁ  ବୃହତ ବେଞ୍ଚରେ ଶୁଣାଣିର ଆବଶ୍ୟକତା ନଥିବା ଉଚ୍ଚତମ ନ୍ୟାୟଳୟ କହିଛନ୍ତି । ୨୦୦୬ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସରକାରୀ ଚାକିରି ପଦୋନ୍ନତିରେ ସଂରକ୍ଷଣକୁ ନେଇ ରାୟ ଶୁଣାଇଥିଲେ । ସେତେବେଳେ କିଛି ସର୍ତ୍ତାବଳୀ ସହ ସଂରକ୍ଷଣ ବ୍ୟବସ୍ଥାକୁ ଠିକ୍‌ ବୋଲି କହିଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.