ଆଧାର ସାମ୍ବିଧାନିକ ଭାବରେ ବୈଧ :ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : ଆଧାର ସାମ୍ବିଧାନିକ ଭାବରେ ବୈଧ । ବ୍ୟାଙ୍କ ଓ ମୋବାଇଲ୍‌ରେ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ ନୁହେଁ । ସେହିପରି ସ୍କୁଲରେ ଆଡମିସନ୍‌ ବେଳେ ଏହାକୁ ବାଧ୍ୟତାମୂଳକ କରାଯାଇ ପାରିବ   ନାହିଁ । ତେବେ ୟୁଜିସି, ନିଟ୍‌ ସିବିଏସସି ପରୀକ୍ଷାରେ ଆଧାର ବାଧ୍ଯତାମୂଳକ ନୁହେଁ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସେହିପରି କୋର୍ଟ କହିଛନ୍ତି, ଘରୋଇ କମ୍ପାନୀ ଆଧାର ନମ୍ବର ମାଗି ପାରିବେ ନାହିଁ । ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଏହା ଅନ୍ୟ ସମସ୍ତ ପ୍ରମାଣପତ୍ରଠାରୁ ଭିନ୍ନ । ଜଣେ ବ୍ୟକ୍ତିଙ୍କୁ ଦିଆଯାଉଥିବା ଆଧାର ନମ୍ବର ସମ୍ପର୍ଣ୍ଣ ଭାବରେ ସ୍ୱତନ୍ତ୍ର ଓ ଆଧାରର ନକଲ ହେବା ଅନୁଚିତ । ତଥ୍ୟକୁ ଗୋପନୀୟ ଓ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଦୃଢ଼ ଆଇନ ଆଣିବା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ସୁପ୍ରିମକୋର୍ଟ   କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.