Below header

ସ୍ବାସ୍ଥ୍ୟ ପାଇଁ ବରଦାନ ହଳଦୀ ପାଣି , ନିୟମିତ ପିଅନ୍ତୁ ଅନେକ ମାରାତ୍ମକ ରୋଗରୁ ମୁକ୍ତି ପଆନ୍ତୁ

ହଳଦି ପାଣି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ଏହା ଦ୍ବାରା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ହଳଦି ପାଣି ପିଇବାର ଫାଇଦା ବିଷୟରେ।

ଶରୀର ଯେତେ ମାତ୍ରାରେ ଫୁଲିଥାଉନା କାହିଁକି ହଳଦି ପାଣି ପିଇବା ଦ୍ବାରା କମିଯାଇଥାଏ।

Turmeric-Milk-During-Pregnancy-1

ହଳଦି ପାଣି ପିଇବା ଦ୍ବାରା ପାଚନ ପୂରାପୂରୀ ଠିକ ହୋଇଯାଇଥାଏ ଏବଂ ପାଚନ ଠିକ ରହିବା କାରଣରୁ ଶରୀରରେ ଅତିରିକ୍ତ ଚର୍ବି ମଧ୍ୟ ଜମା ହୋଇ ରହେ ନାହିଁ।

ହଳଦି ମସ୍ତିଷ୍କ ପାଇଁ ବହୁତ ଭଲ ବୋଲି ଧରାଯାଏ। ଭୁଲିବା ରୋଗ ଯଥା ଡିମେନସିଆ ଏବଂ ଅଲଜାଇମରକୁ ମଧ୍ୟ ଏହାର ନିୟମିତ ସେବନ ଦ୍ବାରା ବହୁତ ମାତ୍ରାରେ କମ୍ କରାଯାଇ ପାରିବ।

turmeric1ଏହାକୁ ନିୟମିତ ପିଇବା ଦ୍ବାରା କୋଲେସ୍ଟ୍ରୋଲ ଠିକ ହୋଇଯାଇଥାଏ। ଯାହା ଦ୍ବାରା ହ୍ରୁଦୟ ସମ୍ବଦ୍ଧୀୟ ରୋଗ ହୋଇନଥାଏ।
ଗରମ ପାଣିରେ ଲେମ୍ବୁ, ହଳଦି ପାଉଡର ଏବଂ ମହୁ ମିଶାଇ ପିଇବା ଦ୍ବାରା ଏହା ଶରୀରର ଆବର୍ଜନାକୁ ପରିସ୍ରା ବାଟ ଦେଇ ବାହାରକୁ ବାହାର କରିଦେଇଥାଏ। ଯାହା ଦ୍ବାରା ବାର୍ଦ୍ଧକ୍ୟ ବହୁତ ଡେରିରେ ଆସେ।

ଏହା ସହ ପଢ଼ନ୍ତୁ : ଶହେ ରୋଗ ଦୂର କରେ : ପ୍ରକୃତିର ବରଦାନ କଳା ଲୁଣ ବା ବ୍ଲାକ୍ ସଲ୍ଟ,

ହଳଦି ପାଣି ତିଆରି କରିବାର ପ୍ରଣାଳୀ :

ଆବଶ୍ୟକୀୟ ସାମଗ୍ରୀ
୧/୨ – ଲେମ୍ବୁ
୧/୪ ଚାମଚ – ଗରମ ପାଣି
୧ ଗ୍ଲାସ – ମହୁ

ହଳଦି ପାଣି ତିଆରି କରିବାର ବିଦ୍ଧି :

turmeric honeyଏକ ଗ୍ଲାସରେ ଅଧା ଲେମ୍ବୁ ଚିପୁଡି ଦିଅନ୍ତୁ। ସେଥିରେ ହଳଦି ଏବଂ ଗରମ ପାଣି ମିଶାଇ ବହୁତ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣରେ ସ୍ବାଦ ଅନୁସାରେ ମହୁ ମିଶାନ୍ତୁ। ହଳଦି କିଛି ସମୟ ପରେ ତଳେ ବସି ଯାଇଥାଏ ଏଥିପାଇଁ ପିଇବା ପୁର୍ବରୁ ଭଲଭାବେ ଗୋଳାଇ ପିଅନ୍ତୁ। ଏହି ମିଶ୍ରଣକୁ ସକାଳୁ ଖାଲି ପେଟରେ ନିଶ୍ଚୟ ପିଅନ୍ତୁ। ଏହାକୁ ପିଇବାର ଏକ ଘଣ୍ଟା ପର‌୍ୟ୍ୟନ୍ତ କିଛି ଖାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.