Below header

ଗାଧୁଆ ଘରୁ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର

ଘଟଗାଁ(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମରେ ଗାଧୁଆ ଘରୁ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ରାଜଲକ୍ଷ୍ମୀ ପଣ୍ଡା । ରାଜଲକ୍ଷ୍ମୀ ଗାଧୁଆ ଘରେ କିରୋସିନି ଢାଳି ଆତ୍ମହତ୍ଯା କରିଥିବା ଶ୍ବଶୁର ଘର ଲୋକେ କହୁଥିବାବେଳେ କୌଣସି ପାରିବାରିକ କଳହ ନଥିବା କହିଛନ୍ତି । ରାଜଲଷ୍ମୀଙ୍କ ସ୍ବାମୀ ବାଙ୍ଗାଲୋକରେ କାମ କରୁଥିବାବେଳେ ରାଜଲକ୍ଷ୍ମୀ ନିଜର ୩ ବର୍ଷର ପୁଅ ସହିତ ଶାଶୁ ଶ୍ବଶୁରଙ୍କ ସହ ରହୁଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ସଠିକ୍ କାରଣ କଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.