ବିବାହ କରିବେ ସାଇନା ନେହୱାଲ୍ , ଜାଣନ୍ତୁ କିଏ ହେବ ସଟଲର୍ କୁଇନଙ୍କ ଜୀବନସାଥୀ

ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ସାଇନା ନେହୱାଲ୍ । ଚଳିତ ବର୍ଷ ଡିସେମ୍ବରରେ ବିବାହ କରିପାରନ୍ତି ସାଇନା ନେହୱାଲ୍ । ନିଜର ଦୀର୍ଘ ଦିନର ପୁରୁଷ ବନ୍ଧୁ ପି କଶ୍ୟପଙ୍କୁ ନିଜର ଜୀବନସାଥୀ କରିବେ ସାଇନା । ଉଭୟ ମଧ୍ୟରେ ପ୍ରାୟ ୧୦ ବର୍ଷର ସମ୍ପର୍କ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୧୬ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହାର ୫ଦିନ ପରେ ଅର୍ଥାତ୍ ୨୧ ଡିସେମ୍ବରରେ ହେବ ରିସେପସନ୍ ।

ଏହା ସହ ପଢନ୍ତୁ ଯେତେବେଳେ ’ଜିଜୁ – ଜିଜୁ’ କହି ସୋଏବଙ୍କୁ ଡାକିଲେ ଭାରତୀୟ ପ୍ରଶଂସକ, ତାପର ଦୃଶ୍ୟ ସୋସିଆଲ୍ ମିଡିଆରେ ହୋଇଗଲା ଭାଇରାଲ୍

ସାଇନା ଏବଂ କଶ୍ୟପଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଉଭୟ ଏନେଇ କେବେ ମୁହଁ ଖୋଲି ନଥିଲେ । ଉଭୟ ଭଲ ବନ୍ଧୁ ବୋଲି କୁହନ୍ତି କଶ୍ୟପ । କିନ୍ତୁ ଏବେ ନିଜର ସମ୍ପର୍କରେ ମୋହର ମାରିଛନ୍ତି ସାଇନା ।

ପି କଶ୍ୟପ କିଏ ?

kashyapପାରୁପଲ୍ଲୀ କଶ୍ୟପଙ୍କ ଗଣନା ଦେଶର ସର୍ବଶ୍ରେଷ୍ଠ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ମଧ୍ୟରେ ହୋଇଥାଏ । ୨୦୧୪ କମନୱେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ କଶ୍ୟପ । ଏହା ପରେ ଅଷ୍ଟ୍ରିଆ ଓପନ୍ ଭଳି ଅନେକ ଟୁର୍ଣ୍ଣାମେଂଟ୍ ନିଜର ପ୍ରତିଭା ଦେଖାଇଛନ୍ତି କଶ୍ୟପ ।

ବିଶ୍ବ ରାଙ୍କିଙ୍ଗରେ ୫୭ ନମ୍ବରରେ ଅଛନ୍ତି ୩୨ ବର୍ଷୀୟ କଶ୍ୟପ୍ । ଗୋଟିଏ ସମୟ ଥିଲା ବିଶ୍ବର ୬ଷ୍ଠ ସ୍ଥାନରେ ଥିଲେ କଶ୍ୟପ । କିନ୍ତୁ ଆଘାତ ଯୋଗୁଁ କିଛି ଦିନ ବିଶ୍ରାମ ନେଇଥିଲେ । ଯାହା ଫଳରେ ରାଙ୍କିଙ୍ଗରେ ତଳକୁ ଖସିଯାଇଥିଲେ ।

sainaଉଭୟ ସାଇନା ଏବଂ କଶ୍ୟପ୍ ହାଇଦ୍ରାବାଦରେ ରୁହନ୍ତି । ୨୦୦୫ରେ ଉଭୟଙ୍କ ସାକ୍ଷାତ ହୋଇଥିଲା ଯେତେବେଳେ ପି ଗୋପିଚାନ୍ଦ ଟ୍ରେନିଙ୍ଗ୍ ଦେବା ଆରମ୍ଭ କରିଥିଲେ । ପ୍ରାୟ ୧୦ ବର୍ଷ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ଅଛି । ସାଇନା ୨୦ଟି ବଡ଼ ଟାଇଟେଲ୍ ଜିତି ଯେଉଁଠି ଭାରତୀୟ ବ୍ୟାଡମିଣ୍ଟନର ସୁପରଷ୍ଟାର୍ ହୋଇଯାଇଛନ୍ତି ସେଠି କଶ୍ୟପ୍ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.