Below header

ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଯନ୍ତା

ଅନୁଗୁଳ(କେନ୍ଯୁଜ୍) : କାବୁ ହେବ ସାତକୋଶିଆ ସୁନ୍ଦରୀ । ଆସିଲା ଯନ୍ତା । ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ । ଗୋଟିଏ ଯନ୍ତା ଅଣାଯାଇଛି । ସେହିପରି ସୁନ୍ଦରୀକୁ କାବୁ କରିବା ପାଇଁ ପହଞ୍ଚିଛନ୍ତି ଡେରାଡୁନ୍‌, ଦିଲ୍ଲୀ ଓ ଭୋପାଳର ବିଶେଷଜ୍ଞ ଟିମ୍‌ । ସେମାନେ ଜଙ୍ଗଲରେ ଗତିବିଧି ଉପରେ ନଜର ରଖିଛନ୍ତି । ସୁନ୍ଦରୀକୁ କାବୁ କରିବା ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି । ଆଠମଲ୍ଲିକ ନିକଟ ଜଙ୍ଗଲରେ ଏବେ ଘୁରି ବୁଲୁଛି ସୁନ୍ଦରୀ । ଯାହାକୁ ନେଇ ଜଙ୍ଗଲ ଆଖପାଖ ଗାଁର ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ଗତ କିଛି ଦିନ ଧରି ଆତଙ୍କ ଖେଳାଇଛି ବାଘୁଣୀ । ସାତକୋଶିଆରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହ ଗାଈକୁ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ ବିଶେଷଜ୍ଞ ଟିମ୍‌ ତାର ଗତିବିଧିର ଅନୁଧ୍ୟାନ କରିଥିଲେ । ଏବେ ତାକୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାପରେ ସୁନ୍ଦରୀଙ୍କୁ କେଉଁଠି ଛଡ଼ାଯିବ ସେନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.