ତାମିଲନାଡୁ: ସମୁଦ୍ର ମଝିରୁ ଜବତ ହେଲା ୩୦୦୦ କେଜିର ସମୁଦ୍ର କାକୁଡ଼ି,  ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା

ତାମିଲନାଡୁ: ରାମେଶ୍ବରମରେ ଥିବା ପୁମାରିଚନ ଦୀପରୁ ୩୦୦୦ କିଲୋର ବିରଳ ସମୁଦ୍ର କାକୁଡ଼ି ଜବତ କରିଛି ରାମେଶ୍ବରମ ବନ ବିଭାଗ। ଏହି କାରବାରରେ ବ୍ୟବହୃତ ହେଉଥିବା ଡଙ୍ଗା ଓ  ୨ ଚୋରା ଚାଲାଣକାରୀଙ୍କୁ ଅଟକ ରଖାଯାଇଛି।  ବନ ବିଭାଗ ଅଧିକାରୀ ଭେଙ୍କଟେଶ ମଣ୍ଡପମଙ୍କ କହିବା ମୁତାବକ ବହୁଦିନ ହେବ ଏହି ସମୁଦ୍ର କାକୁଡ଼ି ଚୋରାଚାଳଣକାରୀ ମାନେ ସମୁଦ୍ର ମଝିରେ  ସେମାନଙ୍କ କାରବାର ଚଳାଇ ଆସୁଥିଲେ।

rameswaram seaକିନ୍ତୁ ଏବିଷୟରେ ଜାଣି ଥିଲେ ମଧ୍ୟ ସେମାନଙ୍କୁ ଧରିବା ପାଇଁ  ସକ୍ଷମ ହେଉନଥିଲା ବନ ବିଭାଗ।  ଆଜି ଏହି ବିଷୟରେ ଖବର ମିଳିଥିବାରୁ ବନ ବିଭାଗର ଏକ ଟମ୍  ପୁମାରଚିନ ଦୀପରେ ଏକ ଡଙ୍ଗାକୁ ଚଢାଉ କରି ସେଥିରୁ ଏହି ବିରଳ ଜୀବକୁ ଜବତ କରିଛି। ଏହାର  ଆନୁମାନିକ ମୂଲ୍ୟ  ୩କୋଟି ଟଙ୍କା ହେବ ବୋଲି ଜଣା ଯାଇଛି।  ଏହି ସମୁଦ୍ର କାକୁଡି  ଏକ ଜୀବ ଯାହକୁ ଅନେକ ଔଷଧୀୟ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।

Leave A Reply

Your email address will not be published.