Below header

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ: ଆଲୋକମାଳାରେ ଝଲସୁଛି ଦିଲ୍ଲୀ, ଜଳ-ସ୍ଥଳ ଓ ଆକାଶ ମାର୍ଗରେ ରହିଛି କଡା ନଜର

ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଜୋରଦାର ଚାଲିଛି। ଅଭେଦ୍ୟ ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ। ଜଳ, ସ୍ଥଳ ଓ ଆକାଶ ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ସମ୍ମିଳନୀରେ ଯୋଗ ଦେବେ ୨୯ଟି ଦେଶର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ନେତା। ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହୋଇଛି । ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚତୁଃର୍ଦିଗକୁ ସଫାସୁତରା କରାଯାଉଛି। ସେହିପରି ରାସ୍ତାକଡ଼ ପ୍ରାଚୀରକୁ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି।

ଏଥିସହିତ ଅଭେଦ୍ୟ ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ। ଜଳ, ସ୍ଥଳ ଓ ଆକାଶ ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ସମ୍ମିଳନୀରେ ଯୋଗ ଦେବେ ୨୯ଟି ଦେଶର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ନେତା। ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ରେଳଷ୍ଟେସନ, ବିମାନବନ୍ଦରଓ ବସଷ୍ଟପ୍ ସହ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ପ୍ରବେଶ ପଥରେ କଡାକଡି ଯାଂଚ କରାଯାଉଛି । ଏନଏସଜି, ସିଆରପିଏଫ, ପାରାମିଲିଟାରୀ ଫୋର୍ସ ସହ ।ଭରତୀୟ ସେନା ଏବଂ ଦିଲ୍ଲୀ ପୁଲିସ କାନ୍ଧରେ ରହିଛି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ଏକ ଲକ୍ଷ ୩୦ ହଜାର ସୁରକ୍ଷା କର୍ମୀ। ଅତିଥି ରହିବା ପାଇଁ ଥିବା ୩୫ଟି ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ସୁରକ୍ଷା ପାଇଁ ସନ୍ଧାନୀ କୁକୁର, ସ୍ନାଇପର ଟିମ ମୁତୟନ ହୋଇଛି।

ସେପଟେ ପୋଲିସ ପକ୍ଷରୁ ଛକ ଛକରେ ଜୋରଦାର ଚେକିଂ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି। ଅତିଥିମାନଙ୍କ ସୁରକ୍ଷା ଦିଗରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ମଧ୍ୟ ତୀକ୍ଷ୍ମ ନଜର ରଖିଛି। ଖୋଲାଯାଇଛି ୨୪ ଘଣ୍ଟିଆ କମାଣ୍ଡ ସେଣ୍ଟର୍। ୪୪୧ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳରେ ୧୬ ଶହ ସ୍ମାର୍ଟ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଆକାଶରୁ ଦିଲ୍ଲୀର ରାସ୍ତାଘାଟ ଉପରେ କଡ଼ା ନଜର ରଖିଛି ଡ୍ରୋନ୍ ।

ସେହିପରି ଜିପିଏସ୍ ମାଧ୍ୟମରେ ଯାନଗୁଡିକର ଟ୍ରାକିଂ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ବାୟୁସୀମା ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ଯୁଦ୍ଧବିମାନ ମୁତୟନ କରିଛି। ରାଫେଲ, ମିରେଜ୍-୨୦୦୦ ଏବଂ ସୁଖୋଇ -୩୦ ଏମ୍ କେଆଇ ସମେତ ସର୍ଫେସ୍ ଟୁ ଏୟାର ମିଜାଇଲ୍ ସିଷ୍ଟମ୍ ବି ସକ୍ରିୟ ରଖାଯାଇଛି। ସୁରକ୍ଷା ଦୃଷ୍ଟିରେ ଦିଲ୍ଲୀରେ ୫୦ହଜାର ପୁଲିସ ଫୋର୍ସ ସହିତ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମୁତୟନ ରହିଛି । ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ଷ୍ଟେସନର କିଛି ଗେଟ୍, ସରକାର ଅଫିସ୍, ସ୍କୁଲ କଲେଜ ଓ ଅନଲାଇନ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏପରିକି ବଜାରଘାଟ ମଧ୍ୟ ବନ୍ଦ ରହିବ । ସୌନ୍ଦଯ୍ୟକରଣଠୁ ନେଇ ସୁରକ୍ଷା ବ୍ୟବସ୍ଥା ହୋଇଛି । ଆସନ୍ତା ୯ ତାରିଖରୁ ୧୧ ତାରିଖ ଯାଏଁ ୨୦୭ଟି ଟ୍ରେନ୍ ବାତିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.