ଦୈନିକ ହଳଦୀର ବ୍ୟବହାର ଅନେକ ରୋଗରୁ ଦେଇଥାଏ ମୁକ୍ତି, ଚର୍ମ ରୁ ନେଇ କେଶ ଯାଏ କରିଥାଏ ଉପକାର

ହଳଦୀର ବହୁ ଆୟୁର୍ବେଦିକ ଗୁଣ ଭରି ରହିଛି । ଦୈନିକ ହଳଦୀ ବ୍ୟବହାର ଅନେକ ରୋଗରୁ ମୁକ୍ତି ଦେଇଥାଏ । ହଳଦୀର ବ୍ୟବହାର କେବଳ ଖାଦ୍ୟ ସାମଗ୍ରୀରେ ବ୍ୟବହାର ହୋଇନଥାଏ ବରଂ ବିଭିନ୍ନ ରୋଗ ଠାରୁ ଆରମ୍ଭ କରି ସୁନ୍ଦରତା କ୍ଷେତ୍ରରେ ମଧ୍ୟ ଏହାସହାୟକ ହୋଇଥାଏ ହଳଦୀ ।

ହଳଦୀ କେବଳ ଏକ ମସଲା ନୁହେଁ, ଏହାକୁ ଆମେ ଗୁଣକାରୀ ଔଷଧ ରୂପେ ବ୍ୟବହାର କରିଥାଉ । ହଳଦୀର ବହୁ ଆୟୁର୍ବେଦିକ ଗୁଣ ଭରି ରହିଛି । ଦୈନିକ ହଳଦୀ ବ୍ୟବହାର ଅନେକ ରୋଗରୁ ମୁକ୍ତି ଦେଇଥାଏ । ହଳଦୀର ବ୍ୟବହାର କେବଳ ଖାଦ୍ୟ ସାମଗ୍ରୀରେ ବ୍ୟବହାର ହୋଇନଥାଏ ବରଂ ବିଭିନ୍ନ ରୋଗ ଠାରୁ ଆରମ୍ଭ କରି ସୁନ୍ଦରତା କ୍ଷେତ୍ରରେ ମଧ୍ୟ ଏହାସହାୟକ ହୋଇଥାଏ ହଳଦୀ ।

ତେବେ ଆସନ୍ତୁ ଜାଣିବା ଉପକାରୀ ହଳଦୀର ଉପକାରିତା ବିଷୟରେ :

-ପ୍ରତିଦିନ ହଳଦୀର ବ୍ୟବହାର କରନ୍ତୁ । ଏହା ଚର୍ମ କୋଷଗୁଡ଼ିକୁ ପୋଷଣ ଦେବା‌ରେ ସାହାଯ୍ୟ କରିଥାଏ । ଯାହାଫଳରେ ଚର୍ମ ଅଧିକ ସୁନ୍ଦର ହେବା ସହିତ ଚମକିବା ଆରମ୍ଭ କରିଥାଏ ।

-ହଳଦୀ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ସ୍ନାନ କରନ୍ତୁ । ପ୍ରତିଦିନ ହଳଦୀ ଲଗାଇ ସ୍ନାନ କରିବା ଓ ହଳଦୀ ପାଣି ପିଇବା ଦ୍ବାରା କାଛୁକୁଣ୍ଡିଆ ରୋଗରୁ ମୁକ୍ତି ମିଳିଥାଏ ।

-ହଳଦୀ ଶରୀରରୁ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥାଏ ।

-ଆଜିକାଲି ବୃଦ୍ଧବୃଦ୍ଧା ତଥା ଯୁବକମାନଙ୍କ ମଧ୍ୟରେ ଆଣ୍ଠୁଗଣ୍ଠି ବଥା ସମସ୍ୟାର ସମ୍ମୁଖୀନ ହେଉଥିଲେ ହଳଦୀ ସେବନ କରିବା ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ହଳଦୀ ଲଗାଇବା ଅତ୍ୟନ୍ତ ଉପକାରୀ ।

-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ପେଟରୁ ଆରମ୍ଭ ହୋଇଥାଏ । ତେଣୁ ଆପଣଙ୍କର ହଜମ ପ୍ରକ୍ରିୟା ଯଦି ସଠିକ୍ ଭାବରେ କାମ କରିବ ତେବେ ଆପଣ ସୁସ୍ଥ ରହିବେ । ତେଣୁ ପ୍ରତିଦିନ ଖାଦ୍ୟରେ ହଳଦୀକୁ ସାମିଲ କରନ୍ତୁ ।

termeric pic

-ହଳଦୀକୁ ପ୍ରତିଦିନ ବ୍ୟବହାର କଲେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

-ଅନେକଙ୍କ କ୍ଷେତ୍ରରେ ରାତିରେ ଭଲ ନିଦ ନହେବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ପିଇପାରିବେ । ଏପରି କରିବା ଦ୍ୱାରା ଭଲ ନିଦ ହୋଇଥାଏ ।

-ବେଳେବେଳେ କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରି ଥାଏ । ଯାହା ଫଳରେ ସେହି ଲୋକମାନଙ୍କ ସହିତ, ଅଧିକ କଥାବାର୍ତ୍ତା କରିବାକୁ ଭଲ ଲାଗିନଥାଏ । ତେବେ ଏଭଳି ପରିସ୍ଥିତିରେ ହଳଦୀ ସେବନ କରିବା ଦ୍ୱାରା, ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

-ତ୍ୱଚା ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ହଳଦୀ ।

-ହଳଦୀର ପ୍ୟାକ୍ ଲଗାଇଲେ ତ୍ୱଚାରେ କୌଣସି ଏଲର୍ଜି ହୋଇନଥାଏ ।

-ହଳଦୀ ସେବନ ବା ହଳଦୀ ଲେପ ଶରୀରରେ ଦେବା ଦ୍ୱାରା ଅନେକ ସମସ୍ୟାରୁ ଆରାମ୍ ମିଳିଥାଏ ।

-ଏକ କପ ପାଣିରେ ଏକ ଚାମଚ ହଳଦୀ ପାଉଡର ମିଶାଇ କିଛି ଆଲୋଭେରା ଜେଲ ମିଶାଇ କେଶରେ ସ୍ପ୍ରେ କଲେ କେଶ ମଜବୁତ୍ ହୋଇଥାଏ ।

-ହଳଦୀରେ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଥାଏ, ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ସ୍ତର ବଢାଇବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.