ବରିଷ୍ଠ ସାମ୍ବାଦିକ ତଥା ନ୍ୟୁଜ ଆଙ୍କର ରୋହିତ ଶରଦାନାଙ୍କ ପରଲୋକ

ନୂଆଦିଲ୍ଲୀ : ଦୁଃଖଦ ଖବର । ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ରୋହିତ ଶରଦାନାଙ୍କ ପରଲୋକ । ବରିଷ୍ଠ ସାମ୍ବାଦିକ ତଥା ନ୍ୟୁଜ ଆଙ୍କର ରୋହିତ ଶରଦାନାଙ୍କ ପରଲୋକ ହୋଇଛି । ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ସେ ହୃଦରୋଗରେ ପ୍ରାଣ ହରାଇଛନ୍ତି । କିଛି ଦିନ ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ।

ଦୀର୍ଘ ଦିନ ଧରି ସେ ସାମ୍ବାଦିକତା କରୁଥିଲେ । ଆଜ ତକ୍ ନ୍ୟୁଜ ଚାନେଲରେ ସେ ଆଙ୍କର ଭାବେ ଦର୍ଶକଙ୍କ ସମ୍ମୁଖକୁ ଆସୁଥିଲେ । ଟିଭି ସୋ’ର ବଡ ବଡ ବିତର୍କରେ ଭାଗ ନେଉଥିଲେ । ଦଙ୍ଗଲ କାର‌୍ୟ୍ୟକ୍ରମର ସେ ଆଙ୍କର ଥିଲେ ।

ସୁଧିର ଚୌଧରୀ ଟ୍ୱିଟ୍ କରି ରୋହିତଙ୍କ ଦେହାନ୍ତର ସୂଚନା ଦେଇଥିଲେ। ସୁଧିର ଚୌଧରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ‘କିଛି ସମୟ ପୂର୍ବରୁ ଜିତେନ୍ଦ୍ର ଶର୍ମାଙ୍କର ଫୋନ ଆସିଥିଲା। ସେ ଯାହା କହିଲେ, ତାହା ଶୁଣି ମୋ ହାତ ଥରି ଉଠିଲା। ତାହା ଥିଲା ଆମର ବନ୍ଧୁ ତଥା ସହକର୍ମୀ ରୋହିତ ସରଦାନାଙ୍କ ମୃତ୍ୟୁ ଖବର। ଏହି ଭାଇରସ ଆମର ଅତି ନିକଟତର ଜଣେ ବନ୍ଧୁଙ୍କ ଜୀବନ ନେଇଯିବ ତାହା କେବେ କଳ୍ପନା ମଧ୍ୟ କରିନଥିଲି। ଏଥିପାଇଁ ମୁଁ ପ୍ରସ୍ତୁତ ମଧ୍ୟ ନଥିଲି। ଭଗବାନ ଏହା ଅନ୍ୟାୟ କରିଛନ୍ତି। ଓଁ ଶାନ୍ତି।‘

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.