ଜାନୁଆରୀରେ ଆରମ୍ଭ ହୋଇପାରେ ଟିକାକରଣ ଅଭିଯାନ, ଅକ୍ଟୋବର ଶେଷ ବେଳକୁ ସ୍ଥିତି ଠିକ୍ ହୋଇଯାଇଥିବ: ଆଦର ପୁନାୱାଲା

ଆସନ୍ତା ବର୍ଷ ଜାନୁଆରୀରୁ ଭାରତରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ। ଅଗ୍ରାଧିକାର ଭିତ୍ତିରେ ୩୦ କୋଟି ଲୋକଙ୍କୁ ପ୍ରଥମେ ଡୋଜ୍ ଦିଆଯିବ। ଆସନ୍ତା ବର୍ଷ ଅକ୍ଟୋବର ସୁଦ୍ଧା ଦେଶରେ ସମସ୍ତଙ୍କର ଟିକାକରଣ ହୋଇସାରିଥିବ । ଅକ୍ସଫୋର୍ଡ ଟିକା (କୋଭିସିଲ୍ଡ)ର ଉତ୍ପାଦନ ଦାୟିତ୍ୱ ହାତକୁ ନେଇଥିବା ସେରମ୍ ଇନଷ୍ଟିଚ୍ଯୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର ପୁନାୱାଲା ରବିବାର ଏଭଳି ଆଶା ଦେଖାଇଛନ୍ତି ।

ଏକ ଅନ୍ତର୍ଜାତୀୟ ବ୍ୟବସାୟିକ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ପୁନାୱାଲା କହିଛନ୍ତି, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡକୁ ଭାରତରେ ଚଳିତମାସ ଶେଷ ସୁଦ୍ଧା ଜରୁରୀ ଲାଇସେନ୍ସ ମିଳିପାରେ। ନିୟାମକ ଅନୁମତି ମିଳିବା କ୍ଷଣି ଟିକାକରଣ ଅଭିଯାନ ଆରମ୍ଭ କରାଯିବ। ତେବେ ପ୍ରକୃତ ଲାଇସେନ୍ସ ମିଳିବା ନେଇ ଆଉ କିଛି ଦିନ ଲାଗିଯିବ।

adar poonawall

ଉଲ୍ଲେଖଯୋଗ୍ୟ, କୋଭିସିଲ୍ଡ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବା ନିମନ୍ତେ ଚଳିତମାସ ୭ ତାରିଖରେ ଡିସିଜିଆଇ ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ ଟିକାଟି କେତେଦୂର ପ୍ରଭାବୀ ଓ ନିରାପଦ ତାହା ବାବଦରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ)ର ଏକ ବିଶେଷଜ୍ଞ କମିଟି ଏକ୍ସଟ୍ରା ତଥ୍ୟ ଲୋଡ଼ିଛି । ଏହି ତଥ୍ୟକୁ ବିଶ୍ଳେଷଣ କରାଯିବା ପରେ ଟିକାକୁ ମଞ୍ଜୁରି ମିଳିପାରେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.