କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ଅନୁମତି

କେନ୍ଯୁଜ୍: ଏଲଏସିରେ ଚୀନ୍‌ ସହ ସୀମା ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତି ଦେଇଛନ୍ତି । ପୂର୍ବରୁ ସେନା ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖୁଥିଲା ।

ସେହିପରି ପ୍ରତି ବାହିନୀର ଆର୍ଥିକ କ୍ଷମତାକୁ ମଧ୍ୟ ୫ଶହ କୋଟି ଯାଏ ବୃଦ୍ଧି କରାଯାଇଛି । ପ୍ରତି ବାହିନୀ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ନିଜର ଆଶୁ ଆବଶ୍ୟକତା ପୂରଣ ପାଇଁ ଅତିରିକ୍ତ ୩୦୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି । ଏହା ଦ୍ୱାରା ଶତ୍ରୁପକ୍ଷର କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ମିଳିତ ସେନାର ଆକ୍ରମଣ ଶାଣିତ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.