ନୂଆବର୍ଷରୁ ବଦଳି ଯାଉଛି ଚେକ୍‌ ପେମେଣ୍ଟର ନିୟମ, ଜାଣନ୍ତୁ ଆପଣଙ୍କ ଉପରେ ଏହାର କ’ଣ ପଡ଼ିବ ପ୍ରଭାବ

ନୂଆବର୍ଷ ଆରମ୍ଭହେବା ସହ ଚେକ୍‌ ପେମେଣ୍ଟ ସହିତ ଜଡ଼ିତ ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାକିଙ୍ଗ୍‌ ଠକେଇକୁ ଲଗାମ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆବିଆଇ) ୧ ଜାନୁଆରୀ, ୨୦୨୧ ଠାରୁ ଚେକ ‘ପଜିଟିଭ୍‌ ପେ ସିଷ୍ଟମ’ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଅଗଷ୍ଟରେ ଏହାକୁ ନେଇ ଘୋଷଣା କରିଥିଲେ।

କ’ଣ ଏହି ପଜିଟିଭ୍‌ ପେ ସିଷ୍ଟମ୍‌

ପଜିଟିଭ୍‌ ପେ ସିଷ୍ଟମ ଅନୁଯାୟୀ, କୌଣସି ଥାର୍ଡ ପାର୍ଟିକୁ ଚେକ୍‌ ଜାରି କରୁଥିବା ବ୍ୟକ୍ତିଙ୍କୁ ନିଜ ବ୍ୟାଙ୍କକୁ ଚେକ୍ ର ବିବରଣୀ ପଠାଇବାକୁ ହେବ। ଏହି ସିଷ୍ଟମରେ ୫୦,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ କରୁଥିବା ଚେକ୍ କୁ ରି-କନଫର୍ମ କରିବାକୁ ହେବ। ସବୁଠୁ ଖାସ୍‌ କଥା ହେଉଛି ଏହି ସିଷ୍ଟମ ଜରିଆରେ ଚେକ୍ କ୍ଲିୟରାନ୍ସ ହେବାରେ ମଧ୍ୟ ବହୁତ କମ୍‌ ସମୟ ଲାଗିବ। ଚେକ୍‌ ଜାରି କରୁଥିବା ବ୍ୟକ୍ତିଙ୍କୁ ଇଲେକଟ୍ରୋନିକ ମାଧ୍ୟମରେ ଚେକ୍ ର ତାରିଖ, ଲାଭାର୍ଥୀଙ୍କ ନାମ, ପ୍ରାପ୍ତକର୍ତ୍ତା ଏବଂ ପେମେଣ୍ଟର ରାଶି ବିଷୟରେ ପୁର୍ନବାର ବିବରଣୀ ଭରିବାକୁ ହେବ।

rbi2ଏହି ସିଷ୍ଟମ ଜରିଆରେ ଆପଣ ଚେକ୍ ର ବିବରଣୀ, ଏସଏମଏସ, ମୋବାଇଲ୍‌ ଆପ, ଇଣ୍ଟରନେଟ୍‌ ବ୍ୟାକିଙ୍ଗ୍‌ ଏବଂ ଏଟିଏମ ମାଧ୍ୟମରେ ଦେଇପାରିବେ। ଚେକ୍ ର ପେମେଣ୍ଟ କରିବା ପୂର୍ବରୁ ଏହି ବିବରଣୀକୁ ପୁର୍ନବାର ଯାଞ୍ଚ କରାଯିବ। କୌଣସି ତୃଟି କିମ୍ବା ଗଡବଡ ହେଲେ ‘ଚେକ୍ ଟ୍ରାନ୍‌ଜାକ୍ସନ୍‌ ସିଷ୍ଟମ’ ଦ୍ୱାରା ଏହାକୁ ମାର୍କ କରି ଡ୍ରାଏ ବ୍ୟାଙ୍କ (ଯେଉଁ ବ୍ୟାଙ୍କରେ ଚେକ ପେମେଣ୍ଟ ହେବ) ଏବଂ ପ୍ରୋଜେଣ୍ଟିଙ୍ଗ ବ୍ୟାଙ୍କ (ଯେଉଁ ବ୍ୟାଙ୍କର ଆକାଉଣ୍ଟରୁ ଚେକ୍ ଜାରୀ ହୋଇଥିବ)କୁ ସୂଚନା ଦିଆଯିବ।

ଏହି ନିୟମ ୫୦ ହଜାର ଟଙ୍କା ଏବଂ ଏହାଠାରୁ ଅଧିକ ପେମେଣ୍ଟ କରିବା ମାମଲାରେ ଲାଗୁ ହେବ। ଯଦିଓ ଏହି ସୁବିଧାର ଲାଭ ଉଠାଇବା କେବଳ ଖାତାଧାରକଙ୍କ ହାତରେ ଅଛି। ସେହିପରି ବ୍ୟାଙ୍କ ଚାହିଁବ ତ ପାଞ୍ଚ ଲକ୍ଷ ଏବଂ ତାହାଠାରୁ ଅଧିକ ରାଶିର ଚେକ ମାମଲାରେ ଏହାକୁ ବାଧ୍ୟତାମୂଳକ କରାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.