Below header

ବୃଦ୍ଧା ଅବସ୍ଥାରେ ଚାଲିଗଲା ଜୀବନ, ଅର୍ଥାଭାବରୁ ଫ୍ରିଜରେ ଜେଜେଙ୍କ ମୃତଦେହ ରଖିଲା ନାତି

ହାଇଦ୍ରାବାଦ: ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଦେଖିବାକୁ ମିଳିଛି ନାତିର ନାରକୀୟ କାଣ୍ଡ ।  କରୋନାରେ ଆର୍ଥିକ ଅବସ୍ଥା ଖରାପ ଥିବା ହେତୁ ପାଖରେ ଅନ୍ତିମ ସଂସ୍କାର ପାଇଁ ଟଙ୍କା ନଥିବାରୁ ଫ୍ରିଜ ଭିତରେ ରଖିଲା ଜେଜେଙ୍କ ମୃତଦେହ । ମୃତଦେହ ଥିବା ଘରୁ ଦୁର୍ଗନ୍ଧ ହେବା ପରେ ପଡ଼ୋଶୀ ପୋଲିସକୁ ଖବର ଦେବା ପରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।

ସୂଚନା ଅନୁସାରେ ମୃତ ବୃଦ୍ଧ ହେଉଛନ୍ତି ବଲ୍ଲେହା । ତେବେ ସେ କମାରେଡ୍ଡି ଅଞ୍ଚଳରେ ନାତି ନିଖିଲଙ୍କ ସହ ରୁହନ୍ତି । ବଲ୍ଲେହାଙ୍କ ଚାକିରୀ ପେନସନରେ ସେମାନେ ରହୁଥିବା ଜଣାପଡିଛି । ତେବେ ଗତ ୩ ଦିନ ପୂର୍ବରୁ ବଲ୍ଲେହାଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ନିଖିଲଙ୍କ ନିକଟରେ ଅନ୍ତିମ ସଂସ୍କାର ପାଇଁ ଅର୍ଥ ନ ଥିବାରୁ ସେ ଫ୍ରିଜ ଭିତରେ ଜେଜେ ବଲ୍ଲେହାଙ୍କୁ ରଖିଥିଲେ । ବଲ୍ଲେହାଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ପଡୋଶୀଙ୍କୁ ଖବର ଦେଇନଥିଲେ ।

ତେବେ ଗତକାଲି ସକାଳେ  ବଲ୍ଲେହାଙ୍କ ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀ ସନ୍ଦେହଜନକ ଭାବେ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ACP ଶିବା ରମୈହା ଓ CI ମହେନ୍ଦର ରେଡ୍ଡି ଫ୍ରିଜ ଖୋଲିବା ପରେ ମୃତଦେହ ଦେଖି ଚମକି ପଡିଥିବା ଜଣାପଡିଛି । ସେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ପଚାରଉଚୁରା ସମୟରେ ଅର୍ଥାଭାବରୁ ନିଖିଲ ଜେଜେ ବଲ୍ଲେହାଙ୍କ ମୃତଦେହକୁ ଫ୍ରିଜ ଭିତରେ ରଖିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.