କରୋନାର ୩ୟ ଲହରରୁ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେବ ସ୍ପେଶାଲ ଟାସ୍କଫୋର୍ସ

କୋଭିଡ଼କୁ ନେଇ ପୁଣି ବଢ଼ୁଛି ଚିନ୍ତା। ଦେଶର ଅନେକ ରାଜ୍ୟରେ କୋଭିଡ଼କୁ ନେଇ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଙ୍ଗାଲୁରୁରେ ମାତ୍ର ୬ ଦିନରେ ୩୦୦ ରୁ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ଅନ୍ୟ ରାଜ୍ୟରେ ମଧ୍ୟ ଚିନ୍ତା ବଢ଼ିଛି । କୋଭିଡ଼ର ୩ୟ ଲହରକୁ ନେଇ ରାଜ୍ୟରେ ଶିଶୁଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଯାଆଇଛି। ଏନେଇ ସମସ୍ତ ଜିଲ୍ଲାପାଳ , ସିଡିଏମଓ, ମ୍ୟୁନିସପାଲ କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ ସରକାରୀ ମେଡିକାଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର।

୧୮ ବର୍ଷରୁ କମ ପିଲାଙ୍କୁ ଏବେ ପର୍ଯ୍ୟନ୍ତ ଟୀକା ଦିଆଯାଇନାହିଁ। ଏହାସହ ପିଲାଙ୍କ ସଂକ୍ରମଣ ବଢ଼ିବା ଚିନ୍ତା ଗ୍ରାସ କରିଛି ସରକାରଙ୍କୁ। ୩ୟ ଲହରରେ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଉଛି। ଏହା ସହ ଲଢ଼ିବା ପାଇଁ ପ୍ରତି ଜିଲ୍ଳାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ ସ୍ୱତନ୍ତ୍ର ଟାସ୍କଫୋର୍ସ। ଏଥିରେ ସିଡିଏମଓ, ଶିଶୁରୋଗ ବିଶେଷଜ୍ଞ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଆନାସ୍ଥେସିଆ ଡାକ୍ତର ପ୍ରୁମଖଙ୍କୁ ସାମିଲ ହେବେ।

ଏହି କମିଟି ନିୟମିତ ଭାବେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବେ । କମିଟିର ବିଭିନ୍ନ ଦିଗକୁ ନେଇ ଥିବା ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ପ୍ରତି ସପ୍ତାହରେ ବୈଠକ କରିବେ। ସେହିପରି ଲକ୍ଷଣ ଥିବା ଶିଶୁଙ୍କର ତାଲିକା ପ୍ରସ୍ତୁତ କରାଯାଇ ଆରଟିପିସିଆର ଟେଷ୍ଟ କରାଯିବ। ତେବେ ଆରଟିପିସିଆର ଟେଷ୍ଟ ରିପୋର୍ଟ ନଥିଲେ ମଧ୍ୟ ଅସୁସ୍ଥ ଶିଶୁଙ୍କୁ ସବୁ ହସ୍ପିଟାଲରେ ଆଡମିଶନ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.