ପ୍ରଯୋଜନାକୁ ଓହ୍ଲାଇଲେ କରୀନା କପୁର ଖାନ

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ତାଙ୍କ ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଏଥିସହିତ ସେ ପ୍ରଯୋଜକ ହେବାକୁ ଯାଉଥିବା ମଧ୍ୟ ଘୋଷଣା କରିଛନ୍ତି। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଫିଲ୍ମ ପ୍ରଯୋଜନା ଲାଗି କାମ ଆରମ୍ଭ କରିଦେଇଥିବା ଖବରକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରଯୋଜିକା ଏକତା କପୁର ଏବଂ ନିର୍ଦ୍ଦେଶକ ହଁସଲ ମେହତାଙ୍କ ସହିତ ଇନ୍‌ଷ୍ଟାଗ୍ରାମରେ କରିନା ନିକଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ କରିନାଙ୍କର କ୍ୟାପସନ୍‌ ରହିଛି ଯେ, ‘ନ୍ୟୁ ବିଗ୍‌ନିଂସ୍‌’। ତୈମୁର୍‌ ଜନ୍ମ ହେବା ପରେ ‘ବୀରେ ଦ ୱେଡିଂ’ କରିନାଙ୍କ ପ୍ରଥମ ଫିଲ୍ମ ଥିଲା।

ଏହି କୋଲାବରରେସନ ମାଧ୍ୟମରେ ଦୁଇ ମଜବୁତ ମହିଳା ଏକାଠି ଆସିବାର ପ୍ରତୀକ। ଏହା ପୂର୍ବରୁ ଉଭୟ ‘ଭୀରେ ଦ ୱେଡିଂ’ ସିନେମାରେ କାମ କରିଥିଲେ। ପ୍ରଥମ ଥର ପ୍ରଯୋଜନା କରିବାକୁ ଯାଉଥିବା କରୀନା ବେଶ ଉତ୍ସାହିତ ଅଛନ୍ତି। କରୀନା ଲେଖିଛନ୍ତି ଯେ ଏକତାଙ୍କ ସହ ଏହି ସିନେମାରେ ଜଣେ ନିର୍ମାତା ଭାବେ କାମ କରିବାକୁ ଯାଉଥିବାରୁ ସେ ବହୁତ ସମ୍ମାନିତ ଓ ଉତ୍ସାହିତ ଅନୁଭବ କରୁଛନ୍ତି। ହଂସଲଙ୍କ ସିନେମାର ସେ ଜଣେ ବଡ଼ ପ୍ରଶଂସକ। ତାଙ୍କ ସହିତ ପ୍ରଥମ ଥର କାମ କରିବା ବହୁତ ସ୍ବତନ୍ତ୍ର ରହିବ। ଏହି ସିନେମାରେ ବହୁତ କିଛି ଜିନିଷ ପ୍ରଥମ ଥର ହେବାକୁ ଯାଉଛି। ଏହି ଯାତ୍ରା ଆରମ୍ଭ କରିବାକୁ ଅଧିକ ସମୟ ସେ ଅପେକ୍ଷା କରିପାରୁ ନାହାନ୍ତି ବୋଲି କରୀନା ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.