ଲର୍ଡସରେ ଶତକ ମାରି ଇତିହାସ ରଚିଲେ କେଏଲ୍‌ ରାହୁଲ୍

କେନ୍ଯୁଜ୍: ଲର୍ଡସରେ ଇତିହାସ ରଚିଲେ କେଏଲ୍‌ ରାହୁଲ । ଓପନର କେ ଏଲ ରାହୁଲ ଲର୍ଡସ ଟେଷ୍ଟରେ ଶତକ ମାରି ଇତିହାସ ରଚିଛନ୍ତି । ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରୁ ଦୂରେଇ ରହିଥିବା ରାହୁଲ ଲର୍ଡସର ଐତିହାସିକ ମୈଦାନରେ ନିଜ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି।

ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲ ଆହତ କାରଣରୁ ବାଦ ପଡ଼ିବାରୁ ଓପନିଂ କରିବାର ସୁଯୋଗ ମିଳିଥିଲା । ପ୍ରଥମ ଟେଷ୍ଟରେ ଅର୍ଦ୍ଧଶତକ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଶତକ ମାରି ଟିମ ଇଣ୍ଡିଆକୁ ଦୃଢ଼ ସ୍ଥିତିରେ ପହଁଚାଇଛନ୍ତି । ଲର୍ଡସ ଗ୍ରାଉଣ୍ଡରେ ଶତକ ଲଗାଇବାରେ ରାହୁଲ ତୃତୀୟ ଓପନର ।

ଏହା ପୂର୍ବରୁ ଭୀନ ମଙ୍କଡ଼ ଓ ରବି ଶାସ୍ତ୍ରୀ ଶତକ ଲଗାଇଥିଲେ । ୨୧୨ ବଲ୍‌ ଖେଳି ୧୦୨ ରନ୍‌ ସଂଗ୍ରହ କରିଛନ୍ତି ରାହୁଲ । ଶତକରୁ ବଞ୍ଚିତ ହୋଇଥିଲେ ରୋହିତ ଶର୍ମା । ୧୪୫ ବଲ୍‌ ଖେଳି ୮୩ ରନ୍‌ କରି ଆଉଟ୍‌ ହୋଇଥିଲେ । ବିରାଟ କୋହଲି ୪୨ ରନ କରି ଆଉଟ ହୋଇଥିଲେ । ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.