ଟ୍ୟାକ୍ସ ଫାଙ୍କିବାକୁ ଝରକା ବାଟେ ଫିଙ୍ଗିଦେଲେ ୫୦୦, ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ, ଦେଖନ୍ତୁ ଭିଡିଓ

କଲିକତାର କେନ୍ଦ୍ରୀୟ ବ୍ୟାପାର ଜିଲ୍ଲାର ଏକ ବିଲ୍ଡିଂର ଛଅ ତାଲାରୁ ଟଙ୍କା ଫିଙ୍ଗାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ସମୟରେ ବିଲ୍ଡିଂରେ ଡିଆର୍‌ଆଇ(Directorate of Revenue Intelligence) ଛାନ୍‌ଭିନ୍‌ କରୁଥିଲା। ଏଣୁ କେହି ଆୟ ବହିର୍ଭୂତ ସମ୍ପତ୍ତି ଲୁଚାଇବା ପାଇଁ ଏଭଳି ଟଙ୍କାଗୁଡ଼ିକୁ ଫିଙ୍ଗିଥିବା ଅନୁମାନ କରାଯାଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଛଅ ତାଲାରୁ କେହି ଝାଡ଼ୁ ସାହାଯ୍ୟରେ ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ବଣ୍ଡଲକୁ ଝରକା ବାଟେ ବାହାରକୁ ଫିଙ୍ଗୁଛି। ଡିଆର୍‌ଆଇ ତରଫରୁ ଏନେଇ କୁହାଯାଇଛି ଯେ ଅଫିସରମାନେ ସେହି ବିଲ୍ଡିଂରେ ଥିବା ଏକ ପ୍ରାଇଭେଟ୍‌ କମ୍ପାନୀର ଆୟ ବ୍ୟୟ ସମ୍ପର୍କରେ ଯାଞ୍ଚ କରିବାକୁ ଯାଇଥିଲେ। ଏହି ଦୃଶ୍ୟ ସେହି ଘଟଣା ବେଳର।

ଏହାସହ ପଢ଼ନ୍ତୁ:  ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍‌କୁ ନୋଟିଫିକେସନ୍‌

କମ୍ପାନୀ ନିଜ ଆୟ ବ୍ୟୟ ଲୁଚାଇବା ଟ୍ୟାକ୍ସ ଫାଙ୍କିବାକୁ ଏଭଳି କରିଥିବା ସନ୍ଦେହ କରାଯାଉଛି। ତେବେ ତଳେ ଉପସ୍ଥିତ କିଛି ଲୋକ ଏହି ଟଙ୍କାକୁ ଉଠାଇ ନେଇଯାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.