ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍‌କୁ ନୋଟିଫିକେସନ୍‌

ପେଟ୍ରୋଲ ପମ୍ପରେ ଚାଲିଥିବା ତେଲ ଠକାମି ଉପରେ ରୋକ୍‌ ଲଗାଇବା ଏବେ ହେଲା ସହଜ। ତେଲ ଚୋରି ରୋକିବାକୁ ଏକ ନୂଆ ଉପକରଣ ବାହାରିଛି। ଏହି ଉପକରଣ ମାଧ୍ୟମରେ ଆପଣ ନିଜ ଗାଡ଼ିରେ କେତେ ତେଲ ପକାଇଲେ ସେ ବିଷୟରେ ଜାଣିପାରିବେ। ଗାଡ଼ିରେ କେତେ ପରିମାଣରେ ତେଲ ପଡ଼ିଲା ସେ ନେଇ ଗ୍ରାହକଙ୍କ ମୋବାଇଲ୍‌କୁ ନୋଟିଫିକେସନ୍‌ ଆସିବ। ଜଣେ ଆଇଆଇଟି ଛାତ୍ର ଏଭଳି ନୂଆ ଉପକରଣ ତିଆରି କରିଛନ୍ତି।

ଏହାସହ ପଢ଼ନ୍ତୁ: ଟ୍ୟାକ୍ସ ଫାଙ୍କିବାକୁ ଝରକା ବାଟେ ଫିଙ୍ଗିଦେଲେ ୫୦୦, ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ, ଦେଖନ୍ତୁ ଭିଡିଓ

ଏହି ଉପକରଣର ନାମ ଫ୍ୟୁଲ୍‌ କ୍ୱାଣ୍ଟିଫାୟର ଡିଭାଇସ୍‌ ବୋଲି ଆଇଆଇଟି ପ୍ରଫେସର ନଚିକେତା କହିଛନ୍ତି। ନଚିକେତାଙ୍କ କହିବାନୁସାରେ ଏହି ଯନ୍ତ୍ରକୁ ଯେକୌଣସି କାର, ମୋଟରସାଇକେଲ, ସ୍କୁଟିରେ ବି ଲଗାଯାଇପାରିବ। ଖାସ୍‌ କଥା ହେଉଛି ଏହି ଯନ୍ତ୍ରକୁ ଲଗାଇବା ପାଇଁ ଗାଡ଼ିରେ କୌଣସି ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। ଗାଡ଼ିର ପେଟ୍ରୋଲ ଟାଙ୍କିରେ ଏହି ଯନ୍ତ୍ରକୁ ଲଗାଯିବ। ଗ୍ରାହକ ଗାଡ଼ିରେ ତେଲ ପକାଇସାରିବା ପରେ ତାଙ୍କ ମୋବାଇଲ୍‌କୁ ନୋଟିଫିକେସନ୍‌ ମାଧ୍ୟମରେ କେତେ ତେଲ ପଡ଼ିଲା ତାହାର ସୂଚନା ଯିବ। ଏହାକୁ ସେ ପେଟ୍ରୋଲ ପମ୍ପ ସହ ମିଳାଇ କେତେ ତେଲ ପଡ଼ିଲା ଜାଣିପାରିବେ।

ଏହି ଯନ୍ତ୍ରକୁ ନଚିକେତାଙ୍କ ଗାଇଡାନ୍ସରେ କାନପୁରର ପିଏଚ୍‌ଡି, ଏମ୍‌ଟେକ୍‌ର ଜଣେ ଛାତ୍ର ତିଆରି କରିଛନ୍ତି। ଏହାକୁ ତିଆରି କରିବାକୁ ପ୍ରାୟ ୮ ମାସ ସମୟ ଲାଗିଛି। ଏହି ଯନ୍ତ୍ରର ପାଟେଣ୍ଟ ପାଇଁ ସେ ଆବେଦନ କରିଥିବା ସୂଚନା ଦେଇଛନ୍ତି। ଖୁବଶୀଘ୍ର ଏହା ମାର୍କେଟରେ ଉପଲବ୍ଧ ହେବ ଓ ଏହାର ଦାମ୍‌ ମଧ୍ୟ ଖୁବ୍‌ କମ୍‌ ବୋଲି କହିଛନ୍ତି ପ୍ରଫେସର ନଚିକେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.