ଆସନ୍ତାକାଲି ବନ୍ଦ ରହିବ ନାହିଁ ଶିରିଡିର ସାଇବାବାଙ୍କ ମନ୍ଦିର, ଅନିର୍ଦ୍ଦିଷ୍ଟ କାଳ ପାଇଁ ମନ୍ଦିର ବନ୍ଦ ରହିବା ଖବରକୁ ଟ୍ରଷ୍ଟ ପକ୍ଷରୁ ଖଣ୍ଡନ
କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବନ୍ଦ ରହିବ ନାହିଁ ଶିରିଡିର ସାଇବାବାଙ୍କ ମନ୍ଦିର। ଅନିର୍ଦ୍ଦିଷ୍ଟ କାଳ ପାଇଁ ମନ୍ଦିର ବନ୍ଦ ରହିବା ଖବରକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି। ଏହାକୁ ଗୁଜବ ବୋଲି କହିଛନ୍ତି ସାଇ ମନ୍ଦିରର ସିଇଓ ଦୀପକ ମୁଗଲିକର। ବାବାଙ୍କ ଦର୍ଶନାର୍ଥୀଙ୍କୁ ଏହା ଆଶ୍ୱସ୍ତ କରିଛି। ପରଭାଣୀର ପଥ୍ରୀକୁ ସାଇବାବାଙ୍କ ଜନ୍ମ ସ୍ଥାନ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବା ପରେ ଏହାକୁ ନେଇ ବିବାଦ ଉଠିଥିଲା। ପ୍ରତିବାଦରେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମନ୍ଦିର ବନ୍ଦ ରଖିବାକୁ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଖରବ ଘୂରି ବୁଲିଥିଲା। ସଂଧ୍ୟାରେ ଶିରିଡି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ପ୍ରଚାର ହୋଇଥିଲା। ଏଭଳି ପ୍ରଚାରକୁ ମନ୍ଦିର ପକ୍ଷରୁ ଖଣ୍ଡନ କରାଯାଇଛି।