Below header

ଦିଲ୍ଲୀ ମେରଟ ଏକ୍ସପ୍ରେସ ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣା, ୬ ମୃତ

ଉତ୍ତରପ୍ରଦେଶ ଗାଜିଆବାଦର ଦିଲ୍ଲୀ-ମେରଟ ଏକ୍ସପ୍ରେସ ହାଇେଓ୍ଵରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣ ଚାଲିଯାଇଛି । ସ୍କୁଲ ବସ୍‌ରେ କେହି ଛାତ୍ରଛାତ୍ରୀ ନଥିଲେ ।

ସକାଳୁ ଭୟଙ୍କର ଓ ଛାତି ଥରା ଦୁର୍ଘଟଣା ଘଟିଛି । ହାଇୱେରେ ସ୍କୁଲ ବସ୍‌-କାର୍‌ ଧକ୍କାରେ ୬ ଜଣଙ୍କ ପ୍ରାଣ ଚାଲିଯାଇଛି । ଉତ୍ତରପ୍ରଦେଶ ଗାଜିଆବାଦର ଦିଲ୍ଲୀ-ମେରଟ ଏକ୍ସପ୍ରେସ ହାଇୱେରେ ଦୁର୍ଘଟଣା ହୋଇଛି । ସ୍କୁଲ ବସ୍‌ରେ କେହି ଛାତ୍ରଛାତ୍ରୀ ନଥିଲେ ।  ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସିସିଟିଭିରେ ଦୁର୍ଘଟଣାର ଭିଜୁଆଲ କଏଦ ହୋଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ମେରଟ ଏକ୍ସପ୍ରେସ ହାଇୱେରେ ରଙ୍ଗ୍‌ ରୁଟ୍‌ରେ ବସ୍‌ଟି ଆସୁଥିଲା । ହଠାତ ଏକ କଳା ରଙ୍ଗର ଟିୟୁଭି କାର ଦ୍ରୁତ ଗତିରେ ଆସି ବସ୍‌ ସହ ପିଟି ହୋଇଯାଇଥିଲା । କାରରେ ଥିବା ଯାତ୍ରୀ ଦୁର୍ଘଟଣାରେ ପରେ ଚାପି ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପୋଲିସ ପାଇଁ କଷ୍ଟକର ହୋଇ ପଡିଥିଲା । କଟର ଯୋଗେ କାର୍‌ ଡୋର କାଟି ମୃତଦେହ ଉଦ୍ଧାର କରାଯାଇଛି ।

ଏଥିସହିତ ଦୁର୍ଘଟଣା ପରେ ମୃତଦେହ ଗୁଡ଼ିକ କାର ଭିତରେ ଫଶି ରହିଥିଲା । ପରେ ବସର ଗେଟକୁ କଟର ଦ୍ୱାରା କାଟି ଫଶି ରହିଥିବା ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା । ଏହାପରେ କାରରୁ ଶବ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ପୁରୁଷ ଓ ଜଣେ ଶିଶୁ ୮ ବର୍ଷର ବାଳକ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.