HCL ରେ ଖାଲିପଡିଛି ୭୭ ପଦବୀ, ୫ ଅଗଷ୍ଟ ପୂର୍ବରୁ କରନ୍ତୁ ଆବେଦନ

୧୦ମ ପାସ୍‌ କରି ଆଇଟିଆଇ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । HCL ରେ ଖାଲିପଡିଛି ୭୭ ଅପାରଣ୍ଟିସ ପଦବୀ । ଆବେଦନ କରିବାର ଶେଷ ତାରିଖ ୫ ଅଗଷ୍ଟ ୨୦୨୩ ରହିଛି ।

ହିନ୍ଦୁସ୍ତାନ କପର ଲିମିଟେଡରେ ଖାଲିପଡିଛି ଟ୍ରେଡ ଅପାରଣ୍ଟିସ ପଦବୀ । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନ କରିବାରଶେଷ ତାରିଖ ଅଗଷ୍ଟ ୫, ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ www.hidustancopper.com କୁ ଯାଇ ଅନଲାଇନ ଆବେଦନ ଜାରି କରିପାରିବେ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ଲିଷ୍ଟ ୧୯ ଅଗଷ୍ଟ ୨୦୨୩ରେ ଜାରି ହେବ ।

ପଦବୀ ବିବରଣୀ : ୭୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୫, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୨ଶ ପାସ୍‌ କରିଥିବା ଜରୁରୀ । ଏହାସହିତ ଟ୍ରେଡ ମେଟ୍‌ ଏବଂ ବ୍ଲାଷ୍ଟର(ମାଇନ୍ସ)ରେ ସାର୍ଟିଫିକେଟ ଥିବା ଜରୁରୀ । ଆଇଟିଆଇ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଭାରତ ସରକାରଙ୍କ ଅପାରଣ୍ଟିସ ୱେବସାଇଟ www.apprenticeship.gov.in କୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ।

ହିନ୍ଦୁସ୍ତାନ କପର ଲିମିଟେଡ୍‌ ଅପାରଣ୍ଟିସ ପାଇଁ ପ୍ରାର୍ଥୀ Establishment Search କମ୍ପାନୀ ନାମରେ ସର୍ଚ୍ଚ କରିବାକୁ ହେବ । ଏହାପରେ ଏଚସିଏଲ ପାଇଁ ଆବେଦନ ଫର୍ମରେ ସବମିଟ୍‌ କରିବାକୁ ହେବ ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ :

https://www.hindustancopper.com/Upload/Notice/0-638242381327550000-NoticeFILE.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.