ମାଲବାହୀ ଟ୍ରେନ ଧକ୍କାରେ ୨ ମାଈହାତୀ ମୃତ, ୧ ଗୁରୁତର

ମାଲବାହୀ ଟ୍ରେନ ଧକ୍କାରେ ମାଈହାତୀ ମୃତ। କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ଟ୍ରେନ ଲାଇନରେ ବିଳମ୍ବିତ ରାତିରେ ହାତୀପଲ ରାସ୍ତା ପାର ହେଉଥିଲେ।

ଘଟଗାଁ (କେନ୍ୟୁଜ): ରେଳ ଲାଇନ୍‌ ପାର ହେବା ବେଳେ ହାତୀ ପଲଙ୍କୁ ଧକ୍କା ଦେଲା ଟ୍ରେନ୍‌ । ମାଲବାହୀ ଟ୍ରେନ୍‌ ଧକ୍କାରେ ଯାଇଛି ୨ ମାଈ ହାତୀଙ୍କ ଜୀବନ । ଗୋଟିଏ ହାତୀ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ହାତୀପଲ ରେଳ ଧାରଣା ପାର ହେଉଥିଲେ । ଏତିକିବେଳେ ଟାଙ୍ଗରିଆପାଳ ଷ୍ଟେସନ୍‌ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଝିରେ ହାତୀଙ୍କୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ୍‌ । ଦୁର୍ଘଟଣା ପରେ ହାତୀ ଦୁଇଟି ପ୍ରାୟ ୧୦ଫୁଟ ତଳକୁ ଛିଟିକି ପଡିଥିଲେ । ବନ ବିଭାଗ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.