Below header

ନିମ୍ବ ଗଛରୁ ବାହାରୁଛି କ୍ଷୀର, ମା ତାରିଣୀ ଆର୍ବିଭାବ ହୋଇଥିବା କହି ପୂଜାର୍ଚ୍ଚନା କରୁଛନ୍ତି ଲୋକେ

ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଆଉ ଏହାକୁ ବିଶ୍ୱାସ କରି ଲୋକମାନେ ଘଣ୍ଟ ଘଣ୍ଟା ବଜାଇ ଧୂପଦୀପ ଦେଇ କରୁଛନ୍ତି ପୂଜାର୍ଚ୍ଚନା । ସିନ୍ଦୁର ଚନ୍ଦନ ଲଗାଇ ନିମ୍ବ ଗଛମୂଳରେ ଝୁଣା ଧୂଆଁ ଦେଉଛନ୍ତି ।

ସୋର(କେନ୍ୟୁଜ୍):  ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଆଉ ଏହାକୁ ବିଶ୍ୱାସ କରି ଲୋକମାନେ ଘଣ୍ଟ ଘଣ୍ଟା ବଜାଇ ଧୂପଦୀପ ଦେଇ କରୁଛନ୍ତି ପୂଜାର୍ଚ୍ଚନା । ସିନ୍ଦୁର ଚନ୍ଦନ ଲଗାଇ ନିମ୍ବ ଗଛମୂଳରେ ଝୁଣା ଧୂଆଁ ଦେଉଛନ୍ତି ।

ଗଛରେ ମା ତାରିଣୀ ଆର୍ବିଭାବ ହେବାର ବିଶ୍ୱାସକୁ ନେଇ ଲୋକଙ୍କ ଭିତରେ ଭିଡ଼ ଜମୁଛି । ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ମଝିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଜାନିକପାଳ ଗ୍ରାମରେ ଥିବା ଏକ ନିମ୍ବ ଗଛରେ । ଏପଟେ ଉଦ୍ଭିଦ ବିଜ୍ଞାନୀଙ୍କ କହିବା କଥା, ବ୍ୟାକ୍ଟେରିଆ ଇନ୍‌ଫେକ୍ସନ୍‌ ଯୋଗୁ ଏଭଳି ଘଟିଥାଏ । ଯେତେବେଳେ ଇନ୍‌ଫେକ୍ସନ୍‌ ହୁଏ ଗଛରେ ଥିବା ପାଣି ଓ ରସାୟନ ପଦାର୍ଥର କମ୍ପୋଜିସନ୍‌ ଗୁଡ଼ିକ କ୍ଷୀର ଭଳି ତରଳ ପଦାର୍ଥ ଭାବେ ବାହାରି ଥାଏ ।

ସୂଚନା ଅନୁସାରେ,ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଜାନିକପାଳ ଗ୍ରାମରେ ଥିବା ଏହି ନିମ୍ବ ଗଛରୁ ହଠାତ୍ କ୍ଷୀର ଭଳି ତରଳ ପଦାର୍ଥ ଝରିବା ଆରମ୍ଭ କରିଥିଲା । ପ୍ରଚୁର ପରିମାଣରେ କ୍ଷୀର ଭଳି ଏହି ତରଳ ପଦାର୍ଥ ଝରୁଥିବା ବେଳେ ଲୋକେ ଦେଖିବାକୁ ସେଠି ରୁଣ୍ଡ ହେଉଛନ୍ତି । ଗାଁ ତଥା ଗାଁ ବାହାରୁ ଲୋକେ ଖବର ପାଇ ଏହି ସ୍ଥାନରେ ପହଁଚି ଏଭଳି ଘଟଣାକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କରୁଛନ୍ତି ।

ଧୂପ, ଦୀପ ଦେଇ ହୁଳହୁଳି ପକାଇ ମହିଳାମାନେ ଏହି ନିମ୍ବ ଗଛକୁ ପୂଜାର୍ଚ୍ଚନା କରୁଥିବା ନଜର ଆସିଛି। ଆହୁରି ମଧ୍ୟ ଦେଖିବାକୁ ମିଳିଛି, ଲୋକମାନେ ଗାଧୋଇ ପାଧୋଇ ଆସି ନିମ୍ବ ଗଛରୁ ଝରୁଥିବା କ୍ଷୀର ଭଳି ତରଳ ପଦାର୍ଥକୁ ପାଦୁକ ପରି ପାଉଛନ୍ତି । ଏପଟେ ଆମେ ଜଣାଇ ଦେଉଛୁ ଯେ, ଆମେ କାହାର ଆଧ୍ୟାତ୍ମିକ ବିଶ୍ୱାସ କିମ୍ବା ଦେବାଦେବୀଙ୍କ ପୂଜାକୁ ବିରୋଧ କରୁନାହୁଁ । କିମ୍ବା ନିମ୍ବ ଗଛରୁ କ୍ଷୀର ଝରୁଥିବା ଘଟଣାକୁ ପ୍ରଚାର ପ୍ରସାର ମଧ୍ୟ କରୁନାହୁଁ । କେବଳ ଯାହା ଘଟଣା ଘଟୁଛି ସେନେଇ ଅବଗତ କରାଉଛୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.