ଏଣିକି ସୀମା ପାର କରି ପାରିବେ ନାହିଁ ଆତଙ୍କବାଦୀ, ଦେଶକୁ ରକ୍ଷା କରିବ ଏହି ଅଦୃଶ୍ୟ ପ୍ରହରୀ  

ଏଣିକି ସୀମା ପାର କରି ପାରିବେ ନାହିଁ ଆତଙ୍କବାଦୀ । ଯଦି ସୀମା ପାର୍ କଲେ ତେବେ ତୁରନ୍ତ ସୂଚନା ପାଇଯିବେ ଯବାନ୍ । ଆତଙ୍କବାଦୀଙ୍କ ଉପରେ କଡା ନଜର ରଖିବ ସ୍ମାର୍ଟ ଫେନ୍ସିଙ୍ଗ୍ । ଅତ୍ଯାଧୂନିକ ଟେକ୍ନୋଲୋଜିରେ ପସ୍ତୁତ ଏହି ସ୍ମାର୍ଟ ଫେନ୍ସିଙ୍ଗ୍ ଅନୁପ୍ରବେଶକାରୀଙ୍କ ଉପରେ ରଖିବ କଡା ନଜର । ଏହା ସ୍ମାର୍ଟ ଫେନ୍ସିଙ୍ଗର ଉଦଘାଟନ କରିଛନ୍ତି କେନ୍ଦ୍ରୟ ଗୃହମନ୍ତ୍ରୀ ରାଜନାଥ ସିଂହ ।

rajnath

ଏହି ସ୍ମାର୍ଟ ଫେନ୍ସିଙ୍ଗ୍ କଠୁଆ, ସାମ୍ବା ଏବଂ ଜମ୍ମୁରେ ପ୍ରତି ୫ କିଲୋମିଟର ଦୂରତାରେ ଲଗାଯିବ । ଏଥିରେ ଥର୍ମାଲ୍ ଇମେଜର୍, ଭୂମିଗତ ସେନ୍ସର, ଫାଇବର୍ ଅପ୍ଟିକାଲ୍ ସେନ୍ସର ଏବଂ ରାଡାର ସମେତ ଲାଗିଛି ଅତ୍ଯାଧୂନିକ ଉପକରଣ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସ୍ମାର୍ଟ ଫେନ୍ସିଙ୍ଗକୁ ଆତଙ୍କବାଦୀ ଦେଖିପାରିବେ ନାହିଁ । ଯେମିତି ହିଁ ଆତଙ୍କବାଦୀ ଏହି ଲେଜର ଫେନ୍ସ ହୋଇଯିବେ ଏହାର ତୁରନ୍ତ ସୂଚନା ଯବାନଙ୍କୁ ମିଳିଯିବ । ଏହା ସହ ଆତଙ୍କବାଦୀଙ୍କ ମାଟିରେ ପାଦ ରଖିଲେ ହିଁ ଭୂମିଗତ ସେନ୍ସର ଯୋଗୁଁ ସେନାକୁ ମିଳିଯିବ ସୂଚନା । ଏପରିକି ଆତଙ୍କବାଦୀଙ୍କ ଶରୀରର ତାପମାତ୍ରାରୁ ହିଁ ସେମାନଙ୍କୁ ଧରିବାର କ୍ଷମତା ରଖୁଛି ଏହି ସ୍ମାର୍ଟ ଫେନ୍ସିଙ୍ଗ୍ ।

ଏହି ନୂଆ ବ୍ଯବସ୍ଥା ଆତଙ୍କବାଦୀଙ୍କ ମନରେ ନିଶ୍ଚିତ ଭାବରେ ଏକ ଭୟ ଜନ୍ମ କରିବ । ଏହା ଭାରତୀୟ ସେନାର ଶକ୍ତି ବୃଦ୍ଧି ହେବ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.