Below header

ସଙ୍କଟରେ ରାହୁଲ୍ ଗାନ୍ଧୀଙ୍କ ଆମେଠି ସିଟ୍, ୧୦ ହଜାର ଭୋଟରେ ଆଗୁଆ ସ୍ମୃତି ଇରାନୀ

ଆମେଠି: ଉତ୍ତର ପ୍ରଦେଶର ଆମେଠିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହି ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ସ୍ମୃତି ଇରାନୀଙ୍କୁ ବିଜେପି ଟିକେଟ୍‌ ଦେଇଛି। ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ, ରାହୁଲ ଗାନ୍ଧିଙ୍କୁ ସ୍ମୃତି ଇରାନୀ ପଛରେ ପକାଇ ଦେଇଛି। ୧୦ ହଜାର ଭୋଟରେ ରାହୁଲ ସ୍ମୃତିଙ୍କ ଠାରୁ ପଛରେ ରହିଛନ୍ତି। ୨୦୧୪ରେ ରାହୁଲ ଗାନ୍ଧି ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟ୍‌ରେ ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ। ହେଲେ ଏଥର ରାହୁଲଙ୍କ ପାଇଁ ବିଜୟ ସହଜ ହେବନାହିଁ ବୋଲି କୁହାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.