ଅନାହୂତ ପ୍ରବେଶ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସ୍ମୃତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର(ଏନ୍‌ଆରସି)କୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତୀ ଇରାନୀ କହିଛନ୍ତି ଯେ ଆମ ସରକାର ଦେଶର ସମସ୍ତ ନାଗରିକଙ୍କ ଅଧିକାର ରକ୍ଷା କରିବାକୁ ପ୍ରତିଶୃତିବଦ୍ଧ। ଅନାହୂତ ପ୍ରବେଶ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସ୍ମୃତି ଇରାନୀ କହିଛନ୍ତି ଯେ ଆମେ କୌଣସି ଭାରତୀୟଙ୍କୁ ଦେଶରୁ ବିତାଡ଼ିତ କରିବୁନାହିଁ। ଆମେ ଦେଶର ନାଗରିକଙ୍କ ଅଧିକାର ରକ୍ଷା ଲାଗି ସମର୍ପିତ। ମାତ୍ର କୌଣସି ବାହାର ନାଗରିକଙ୍କୁ ଆମେ ବରଦାସ୍ତ କରିବାକୁ ନାହିଁ ବୋଲି ସ୍ମୃତି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.