Below header

ପୁଲ ଟେବୁଲ ପକେଟରେ ବଲ ବଦଳରେ ବାହାରିଲା ସାପ, ଖେଳ ଛାଡି ଦୌଡିଲେ ଖେଳାଳି

ସାଧାରଣତଃ ଆପଣ କ୍ରିକେଟ କିମ୍ବା ଫୁଟବଲ ଖେଳିବା ସମୟରେ ପଡିଆରେ କୁକୁର ଓ ଅନ୍ୟ ଜୀବଜନ୍ତୁ ପଶି ଆସିଥିବାର ଦେଖିଥିବେ କିନ୍ତୁ ଥରେ ଭାବିଲେ ଯଦି ଖେଳିବା ସମୟରେ ମଝିରୁ ଅଚାନକ ସାପ ବାହାରି ପଡେ ତ..! କିଛି ଏପରି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ବ୍ରିସବେନରେ । ଯେଉଁଠାରେ କିଛି ବନ୍ଧୁ ମିଶି ପୁଲ ଖେଳୁଥିବା ସମୟରେ ହଠାତ ପୁଲ ଟେବୁଲର ପକେଟରୁ ଏକ ସାପ ବାହାରିଛି । ଯାହାକୁ ଦେଖି ସେଠାରେ ଥିବା ସମସ୍ତ ପ୍ଲେୟାର ଦୌଡିବାକୁ ଲାଗିଥିଲେ ।

ବ୍ରିସବେନ ସ୍ନେକ କ୍ୟାଚର୍ସ ୨୩ ଜୁଲାଇରେ ପୁଲ ପକେଟ ଭିତରେ ଥିବା ଏକ ସାପର ଦୁଇଟି ଫଟୋ ନିଜ ଫେସବୁକ ପେଜରେ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ “ଯଦି ଆପଣ ନିଜ ବନ୍ଧୁ ମାନଙ୍କ ସହ ମିଶି ପୁଲ ଖେଳୁଛନ୍ତି ଏବଂ ଅଚାନକ ମଝିରୁ ସାପ ବାହାରି ଯାଏ ତାହେଲେ ..? ” ମନେ ରଖନ୍ତୁ ସବୁବେଳେ ପୁଲ ଟେବୁଲ ପକେଟରେ ହାତ ରଖିବା ପୂର୍ବରୁ ଏହାକୁ ଭଲ ଭାବରେ ଚେକ କରି ନିଅନ୍ତୁ”।

ସୋସିଆଲ ମିଡିଆରେ ସାପର ଏହି ପୋଷ୍ଟଟି ବହୁତ ଭାଇରାଲ ହୋଇଛି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିହଜାର ଲୋକ ସେୟାର କରିବା ସହ ୩୪୦୦ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଏହି ପୋଷ୍ଟରେ ଲେଖିଛନ୍ତି ଯେ ‘ଏହି ସାପ ବହୁତ ସୁନ୍ଦର ଅଟେ’ ସେହିଠାରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି ‘ମୁଁ ବର୍ତ୍ତମାନ ସବୁବେଳେ ପୁଲ ଟେବୁଲ ପକେଟ ଭଲଭାବେ ଚେକ କରିସାରିବା ପରେ ହିଁ ଖେଳିବି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.