ଭିଡିଓରେ ମନ କିଣିନେଲେ ଡାକ୍ତର, କଠିନ ପରିସ୍ଥିତିରେ ବି ଗାଇଲେ ମୁକେଶଙ୍କ ଏହି ପପୁଲାର ଗୀତ

ସୋସିଆଲ ମିଡିଆରେ କିଛି ଡାକ୍ତରଙ୍କ ଭିଡିଓ ଏବେ ଛାଇଯାଇଛି । ଏଥିରେ ସେମାନେ ଛୋଡୋ କଲ କି ବାତେଂ …ଗୀତ ଗାଉଥିବା ନଜର ଆସୁଛନ୍ତି । ଏହି ଗୀତ 1961ରେ ରିଲିଜ ହୋଇଥିବା ଫିଲ୍ମ ହମ ହିନ୍ଦୁସ୍ତାନୀର ଅଟେ, ଯାହାକୁ ପ୍ରସିଦ୍ଧ ଗାୟକ ମୁକେଶ ଗାଇଥିଲେ । ଭିଡ଼ିଓଟି ଏବେ ଭାଇରଲ ହୋଇଯାଇଥିବା ବେଳେ ଲୋକେ ଏଭଳି ପରିସ୍ଥିତିରେ ଡାକ୍ତରମାନଙ୍କ ଜୋଶକୁ ପ୍ରଶଂସା କରିଛନ୍ତି ।

ଭିଡିଓକୁ ଟୁଇଟର ୟୁଜର @rohitksingh ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ରାଜସ୍ଥାନ ଭିଲବାଡାର ସରକାରୀ ହସ୍ପିଟାଲରେ ଡାକ୍ତର ମୁସ୍ତାକ, ଗୌର, ପ୍ରଜାପତ, ପାରାମେଡିକସ ମୁକେଶ, ସାଇ, ଜ୍ଞାନ, ଉର୍ବଶୀ, ସରଫରାଜ ଓ ଜାଲମ କରୋନା ଭାଇରସକୁ ହରାଇବା ପାଇଁ 24 ଘଣ୍ଟା 7 ଦିନ କାମ କରୁଛନ୍ତି । ସେମାନଙ୍କୁ ସଲାମ କରିବା, ଆପଣ ଆମର ପ୍ରକୃତ ହିରୋ। ଏହା ନୂଆ ଭାରତର ଜାନ। ଏହି ଭିଡିଓକୁ 1 ଲକ୍ଷରୁ ଅଧିକ ଭିୟୁ ଏବଂ 9 ହଜାରରୁ ଅଧିକ ଲାଇକ ମିଳିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.