ମା’ ଶ୍ରାଦ୍ଧର କାର୍ଡ ଛପାଇବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ଗଲା ପୁଅର ଜୀବନ

ବେଳେ ବେଳେ ଏମିତି କିଛି ହୁଏ ଯାହାକୁ ସହିବା କଷ୍ଟକର ହୋଇପଡେ । ମନକୁ ଯେମିତି ପ୍ରଶ୍ନ ଆସେ ସତରେ କଣ ଦୁଃଖର ଏକ ବିରାଟ ପାହାଡ ଗଳି ପଡିଛି । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିଚାଲିଛି । ଏମିତି ହିଁ ଏକ ସାମାନ ଘଟଣା ନିକଟରେ ଘଟିଯାଇଛି । ମଙ୍ଗଳବାର ପ୍ରାୟ ସାଢେ ତିନିଟା ସମୟରେ ଏକ ପିକଅପ ଭ୍ୟାନ ଚାଳକ ଜଣେ ବାଇକ ଆରୋହୀଙ୍କୁ ଦଳି ଦେଇଛନ୍ତି । ଏହି ଦୁର୍ଘଟଣାରେ ଯୁବକ ଜଣଙ୍କ ଗଭୀର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଡ଼ିଏସପି ନିଜ ଗାଡ଼ିରେ ଯୁବକଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଆଉ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଧାନରୁ ଜଣାଯାଇଛିଯେ ଯୁବକଙ୍କ ନାଁ ହେଉଛି ଜ୍ଞାନ ପ୍ରକାଶ । ସେ ବିହରା ଥାନା ଅନ୍ତର୍ଗତ ରକିୟା ଗାଁର ୱାର୍ଡ ନମ୍ବର ୧ରେ ରହି ଆସୁଥିଲେ । ଘଟଣାକୁ ନେଇ ମୃତକ ଜ୍ଞାନ ପ୍ରକାଶଙ୍କ ସାଙ୍ଗ ସୁମନ କୁମାର ଝା କହିଛନ୍ତିକି ପାଞ୍ଚ ଦିନ ପୂର୍ବରୁ ଯୁବକ ଜଣଙ୍କର ମା’ଙ୍କ ମୃତ୍ୟୁ ହୋଇଥିଲା । ଏହି କାରଣରୁ ମୃତକ ଜ୍ଞାନ ପ୍ରକାଶ ନିମନ୍ତ୍ରଣ ପତ୍ର ଛପେଇବା ପାଇଁ ଯାଇଥିଲେ ।

ଆଉ ଏହି ପତ୍ର ଗୁଡିକୁ ନେଇ ଘରକୁ ଫେରୁଥିବା ସମୟରେ ବିହରା ଥାନା ଅନ୍ତର୍ଗତ ପୁରିଖ ଗାଁ ନିକଟରେ ଏହି ଦୁର୍ଘଟଣାଟି ଘଟିଥିଲା । ଆଉ ଏଥିରେ ଯୁବକଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣଙ୍କର ମିତ୍ର ସୁମନ କୁମାର ବୟାନରେ କହିଛନ୍ତିକି ସେମାନେ ସାଢେ ୪ ଟା ସମୟରେ ଘରୁ ବାହାରିଥିଲେ । ଦୁର୍ଘଟଣା ପରେ ସାଢେ ଚାରିଟା ପରଠାରୁ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଶବର ପୋଷ୍ଟମର୍ଟମ କରାଯାଇନଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ କେହି ବି ଯାଇ ପହଂଚିନଥିଲେ । ହୋମଗାର୍ଡ ଅଫିସର ଡିଏସ୍ପି ସେହି ସମୟରେ ସୁପୋଉଲ ଅଞ୍ଚଳରୁ ଆସୁଥିଲେ । ଆଉ ସିଏ ହିଁ ଜ୍ଞାନ ପ୍ରକାଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେପଟେ ଏଏସଆଇ ଧନ ବିହାରୀ ମିଶ୍ରଙ୍କ ବୟାନ ଅନୁଯାୟୀ ଏହା ହେଉଛି ସମ୍ପୂର୍ଣ୍ଣ ରୂପେ ଏକ ଦୁର୍ଘଟଣା ଜନିତ ଘଟଣା । ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ପଛ ପଟରୁ ଏକ ପିକଅପ ଭ୍ୟାନ ମାଡ ହେବା ଦ୍ୱାରା ଏହି ଭୟଙ୍କର ଦୁର୍ଘଟଣାଟି ଘଟିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.