Below header

କୁଳ ବୁଡ଼ାଇଲା କୁଳନନ୍ଦନ: ମାତ୍ର ୯୦୦ ଟଙ୍କା ପାଇଁ ବାପାକୁ ପିଟି ପିଟି ମାରି ଦେଲା ପୁଅ

୯୦୦ ଟଙ୍କା ପାଇଁ ବାପାକୁ ଜୀବନରୁ ମାରି ଦେଲା ପୁଅ। ବାପା ପଇସା ଦେବାକୁ ମନା କରିବାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା ରାକ୍ଷସ ପୁଅ। ଏଭଳି ଏକ ହୃଦୟ ଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ। ଏଠାରେ ପୋଲିସ ଜଣେ ପିତୃହନ୍ତା ପୁଅକୁ ଗିରଫ କରିଛି। ବାପା ତାଙ୍କୁ ପଇସା ଦେବାକୁ ମନା କରିବାରୁ ସେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।

ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଫେବ୍ରୁଆରୀ ୧ ତାରିଖରେ ଜବାହର ଅଞ୍ଚଳର ରଞ୍ଜନପାଡ଼ାଠାରେ ଏହି ଘଟଣା ଘଟିଛି। ୩୫ ବର୍ଷୀୟ ରବିନ୍ଦ୍ର ମାଲୀଙ୍କ ବାପା ଜାନୁ ମାଲୀ (୭୦) ନିଜ ଆକାଉଣ୍ଟରୁ ୯୦୦ ଟଙ୍କା ବାହାର କରିଥିଲେ। ଏହି ଟଙ୍କା ତାଙ୍କୁ ପ୍ରତିମାସରେ ଏକ ସରକାରୀ ଯୋଜନାରେ ମିଳେ। ବାପା ଟଙ୍କା ଉଠାଇ ଘରକୁ ଆସିବା ପରେ ରବିନ୍ଦ୍ର ତାଙ୍କୁ ପଇସା ମାଗିଥିଲେ। କିନ୍ତୁ ବାପା ଏହି ଟଙ୍କା ଦେବାକୁ ମନା କରିଦେଇଥିଲେ। ଫଳରେ ରାଗରେ ସେ ବାପାଙ୍କୁ ପ୍ରବଳ ପିଟିଥିଲେ।

ଗୁରୁତର ଅବସ୍ଥାରେ ଜାନୁଙ୍କୁ ପାଖ ପଡ଼ୋଶୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଅଧିକ ସାଂଘାତିକ ହେବାରୁ ତାଙ୍କୁ ନାସିକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ ପର ଦିନ ହିଁ ତାଙ୍କ ମୃତ୍ୟୁ ଘଟିଛି। ପରିବାରର ଜଣେ ସଦସ୍ୟ ପୋଲିସ ନିକଟରେ ଏନେଇ ମାମଲା ରୁଜୁ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏଥିସହ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.