୧୮ ବର୍ଷ ନୁହେଁ, ସ୍ନାତକ ପଢିବା ପର୍ଯ୍ଯନ୍ତ ପୁଅଙ୍କ ଲାଳନପାଳନ କରିବାକୁ ହେବ : ସୁପ୍ରିମକୋର୍ଟ

ଏବେ ୧୮ ବର୍ଷ ନୁହେଁ, ସ୍ନାତକ ପଢିବା ପର୍ଯ୍ଯନ୍ତ ପୁଅଙ୍କ ଲାଳନପାଳନ କରିବାକୁ ହେବ ବୋଲି ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏମଆର ଶାହଙ୍କ ପୀଠ ପରିବାର ଅଦାଲତର ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। ଯେଉଁଥିରେ କର୍ଣ୍ଣାଟକ ସରକାର ସ୍ବାସ୍ଥ୍ଯ ବିଭାଗର ଜଣେ କର୍ମୀ ନିଜର ପୁଅକୁ ୧୮ ବର୍ଷ ପର୍ଯ୍ଯନ୍ତ ହେଉଥିବା ଶିକ୍ଷା ଖର୍ଚ୍ଚ ବହନ କରିବା ପାଇଁ କୁହାଯାଇଥିଲା।

ଜଷ୍ଟିସଙ୍କ ଏହି ଖଣ୍ଡପୀଠ କହିଛି ଯେ, କେବଳ ୧୮ ବର୍ଷ ପର୍ଯ୍ଯନ୍ତ ସାହାଯ୍ଯ କରିବା ଆଜିକାଲି ପରିସ୍ଥିତିରେ ପର୍ଯ୍ଯାପ୍ତ ନୁହେଁ। ସୂଚନାଯୋଗ୍ଯ, ଏଠିକାର ସ୍ବାସ୍ଥ୍ଯ ବିଭାଗରେ କାମ କରୁଥିବା କର୍ମଚାରୀ ଜଣକ ଜୁନ ୨୦୦୫ରେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ଯାହା ପରେ ପରିବାର ଅଦାଲତ ସେପ୍ଟେମ୍ବର, ୨୦୧୭ରେ ପିଲାର ଲାଳନପାଳନ ପାଇଁ ସେହି ବ୍ଯକ୍ତିଙ୍କୁ ୨୦ ହଜାର ଟଙ୍କା ମାସକୁ ଦେବା ପାଇଁ ଆଦେଶ ଦେଇଥିଲେ। ତା’ ପରେସେ ହାଇକୋର୍ଟକୁ ଯାଇଥିଲେ। ସେଠାରୁ ନ୍ଯାୟ ନ ମିଳିବା ପରେ ବ୍ଯକ୍ତି ଜଣକ ସୁପ୍ରମିକୋର୍ଟର ଦ୍ବାରସ୍ଥ ହୋଇଥିଲେ।

କର୍ମଚାରୀ ଜଣକ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ବେଳେ ଦ୍ବିତୀୟ ବିବାହ ମଧ୍ୟ କରିଥିଲେ। ଆଉ ମାସକୁ ୨୧ ହଜାର ଆୟ କରୁଥିବା ବେଳେ କିପରି ପିଲାର ଭରଣପୋଷଣ ପାଇଁ ୨୦ ହଜାର ଟଙ୍କା ବୋ ଅସମ୍ଭବ ବୋଲି କହିଥିଲେ। ଏବେ ଏହି ଖଣ୍ଡପୀଠ ସେହି ବ୍ଯକ୍ତିଙ୍କୁ ମାସକୁ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।