ସୋନିଆ ଗାନ୍ଧୀଙ୍କୁ କରୋନା, ଟେଷ୍ଟ୍ ରିପୋର୍ଟ ଆସିଲା ପଜିଟିଭ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା ଏହି ସୂଚନା ଦେଇଛନ୍ତି। ସୁରଜେଓ୍ଵାଲା କହିଛନ୍ତି କି, ସୋନିଆ ଗାନ୍ଧୀ ଗତ କିଛି ଦିନ ଭିତରେ ଯେଉଁ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହିତ ମିଶିଥିଲେ, ସେମାନଙ୍କ ଭିତରୁ ଅନେକ ମଧ୍ୟ କରୋନା ସଂକ୍ରମିତ ବାହାରିଛନ୍ତି।
ସୁରଜେଓ୍ଵାଲାଙ୍କ ମୁତାବକ, ସୋନିଆ ଗାନ୍ଧୀଙ୍କୁ ବୁଧବାର ସାମାନ୍ୟ ଜ୍ୱର ଆସିଥିଲା। ଏହାପରେ ହୋଇଥିବା କୋଭିଡ୍ ଟେଷ୍ଟରେ ସେ ପଜିଟିଭ ବାହାରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।