ବାରବାଟୀ ଟି-୨୦ କାଉଣ୍ଟ ଡାଉନ୍: ଷ୍ଟାଡିୟମରେ ବଡ଼ ଧରଣର ମକ୍ ଡ୍ରିଲ୍, ପୋଲିସ-ଅଗ୍ନିଶମ ଓ ଓଡ୍ରାଫ ବାହିନୀ ସାମିଲ

କଟକ(କେନ୍ୟୁଜ୍): ଆରମ୍ଭ ହୋଇଯାଇଛି ବାରବାଟୀ କାଉଣ୍ଟଡାଉନ। ବାରବାଟୀ ଟି-୨୦କୁ ମଝିରେ ଆଉ ରହିଲା ୯ ଦିନ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଜି ବାରବାଟୀରେ ହୋଇଛି ବଡ଼ ଧରଣର ମକ୍ ଡ୍ରିଲ୍। ଷ୍ଟାଡିୟମରେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ମେଡିକାଲ୍ ଟିମ୍ ଓ ଘରୋଇ ସୁରକ୍ଷା କର୍ମୀଙ୍କୁ ନେଇ ବଡ଼ ଧରଣର ମକ୍ ଡ୍ରିଲ୍ କରାଯାଇଛି । ପୋଲିସ କମିଶନରଙ୍କ ସମେତ କଟକ ଡିସିପି ଏଥିରେ ଯୋଗ ଦେଇଛନ୍ତି ।
ବିଭିିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମକ୍ ଡ୍ରିଲ୍ରେ ଯୋଗଦେଇଛନ୍ତି। ଶୃଙ୍ଖଳିତ ମ୍ୟାଚ୍ ଉପରେ ଗୁରୁତ୍ୱ ଦେଉଛି ଓସିଏ । କଟକ ମେୟର, ବିଧାୟକ, ବରିଷ୍ଠ କ୍ରୀଡ଼ାବିତ ଓ ବିଭିନ୍ନ ଅନୁବନ୍ଧିତ ସଂଘ ଓ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ସେପଟେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ବି ହେଉଛି । ପାର୍କିଂ ପାଇଁ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯାଉଛି ।