Below header

ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବା ପାଇଁ ଏସଓପି ଜାରି, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବା ପାଇଁ ଏସଓପି ଜାରି କରିଛନ୍ତି । ଆସନ୍ତା ୨୧ ତାରିଖରୁ ସ୍ୱେଚ୍ଛାକୃତ ଭାବେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ତେବେ ସ୍କୁଲ ଆସିବା ପାଇଁ ପିଲାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ସ୍କୁଲ ଆସିବା ପାଇଁ ପରିବାର ସଦସ୍ୟଙ୍କଠାରୁ ଅନୁମତି ନେବାକୁ ପଡିବ । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଗୁଡିକୁ କେବଳ ଖୋଲିବାକୁ ଅନୁମତି ଦିଆଯିବ ।

ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ କ୍ଲାସରୁମ, ଲାବ୍ରୋଟୋରି, ବାଥରୁମକୁ ସାନିଟାଇଜ କରାଯିବ । ସଭା, ସ୍ପୋର୍ଟସ ଓ ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଅଭିଭାବକଙ୍କ ଲିଖିତ ସହମତିରେ ଯିବେ ପିଲା । ପୂର୍ବଭଳି ଅନଲାଇନ୍‌ କ୍ଲାସ ଜାରି ରହିବ । ଛାତ୍ରଛାତ୍ରୀଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସ୍କୁଲର ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ଓ ଥର୍ମାଲ ସ୍କାନର ରହିବ ।

ଅତିକମରେ ୬ ଫୁଟର ସାମାଜିକ ଦୂରତା ଅବଲମ୍ବନ କରିବାକୁ ହେବ । ଛେପ ପକାଇବା ନିଷେଧ କରାଯାଇଛି । ସୁଇମିଂ ପୁଲ ବନ୍ଦ ରହିବ । ସମସ୍ତ ଏୟାର କଣ୍ଡିସନର ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ରହିବ । ଏହାସହ ଆସନ୍ତା ୨୧ ତାରିଖରୁ ଦକ୍ଷତା ଓ ଉଦ୍ୟୋଗ ତାଲିମକୁ ମଧ୍ୟ ଅନୁମତି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.