ନୟାଗଡ ବାଉଁଶିଆପଡା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

ନୟାଗଡ: ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା । ନୟାଗଡ ଇଟାମାଟି ଥାନା ବାଉଁଶିଆପଡା ଗ୍ରାମରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ଗତକାଲି ରାତିରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ସେହି ଗ୍ରାମର କିଛି ଯୁବକ । ମୃତ ଯୁବକଙ୍କ ନାମ କ୍ଷେତ୍ର ମହାପାତ୍ର ।

ସୂଚନା ଅନୁଯାୟୀ, ଗତକାଲି ଗ୍ରାମର କିଛି ଲୋକଙ୍କ ସହ କ୍ଷେତ୍ରଙ୍କର ପାଟିତୁଣ୍ଡ ହୋଇଥିଲା । ଯୋଜନାବଦ୍ଧ ଭାବେ କ୍ଷେତ୍ରଙ୍କୁ କଟୁରି ସାହାଯ୍ୟରେ ହାଣି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତମାନେ। ଘଟଣାସ୍ଥଳରେ କଟୁରି ପଡି ରହିଛି । ଏନେଇ ଖବର ପାଇବାପରେ ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଗଣମାଧ୍ୟମକୁ ପ୍ରାରମ୍ଭିକ ସ୍ତରରେ କିଛି କହିବାପାଇଁ ମନା କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.