ଲକଡାଉନ: ପରିବା ମଣ୍ଡିରେ ଦେଖାଦେଲା ‘ସ୍ପାଇଡର-ମ୍ୟାନ’, ଘର ଘର ବୁଲି ଏମିତି କରୁଛି ଲୋକଙ୍କୁ ସାହାଯ୍ୟ, ଦେଖନ୍ତୁ ଫଟୋ

କରୋନା ଭାଇରସ ଭଳି କଠିନ ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୁଣିଥରେ ଫେରିଛି ସ୍ପାଇଡରମ୍ୟାନ। କଥାଟି ଟିକେ ଅଡ଼ୁଆ ଲାଗୁଥିବ ନିଶ୍ଚୟ। କିନ୍ତୁ ପ୍ରକୃତ କଥା ହେଲା, ତୁର୍କୀରେ ରହୁଥିବା ବୁରାକ ସୋୟଲୁ ନାମକ ବ୍ୟକ୍ତି ଏବେ ‘ସ୍ପାଇଡରମ୍ୟାନ’ ହୋଇଛନ୍ତି। ସେ ଆଖପାଖର ବୃଦ୍ଧ ଲୋକଙ୍କୁ ସ୍ପାଇଡରମ୍ୟାନ ହୋଇ ସାହାଯ୍ୟ କରୁଛନ୍ତି, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

ଗୁଡଡେବଲ ନିଜ ଟୁଇଟର ହ୍ୟାଣ୍ଡେଲରୁ ଅସଲ ଜୀବନର ସ୍ପାଇଡରମ୍ୟାନ କାହାଣୀ ସେୟାର କରିଛି। ଏହା ଲେଖିଛି ଯେ ତୁର୍କୀର ବୁରାକ ସୋୟଲୁ ସ୍ପାଇଡରମ୍ୟାନ ଡ୍ରେସ ପିନ୍ଧି ନିଜ କାରରେ ଆଖପାଖ ଅଞ୍ଚଳରେ ବୁଲୁଛନ୍ତି। ଯେତେବେଳେ ଯାହାର କିଛି ଆବଶ୍ୟକ ପଡୁଛି, ବିଶେଷ କରି ବୃଦ୍ଧ ଦମ୍ପତିଙ୍କୁ କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦେବା ପାଇଁ ସ୍ପାଇଡରମ୍ୟାନ ସିଧା ତାଙ୍କ ଘରେ ପହଞ୍ଚିଯାଉଛି।

ତେବେ ଏ ନେଇ ବୁରାକ ସୋୟଲୁ କହିଛନ୍ତି, ‘ମୋ ସୁପର ପାୱାର ମୋ ପଡ଼ୋଶୀମାନଙ୍କ କାମରେ ଆସୁଛି। ଏହାଠାରୁ ବଡ ଖୁସିର କଥା ଆଉ କଣ ହୋଇପାରେ’। ଟୁଇଟରରେ ପୋଷ୍ଟ କରାଯାଇଥିବା ଫଟୋରେ ସ୍ପାଇଡରମ୍ୟାନ କେଉଁଠି ପରିବା କିଣୁଛି ତ ଆଉ କେଉଁଠି ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ବାଲକୋନିରେ ନେଇ ଜରୁରୀ ସାମଗ୍ରୀ ଦେଉଛି। ଏହି ପୋଷ୍ଟକୁ ଏ ପର୍ଯ୍ୟନ୍ତ 8,700 ଲାଇକ ମିଳିସାରିଥିବା ବେଳେ 100ରୁ ଅଧିକ ଲୋକ କମେଣ୍ଟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.