Below header

ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ମାମଲାର ଐତିହାସିକ ରାୟ, ଉଭୟ ପକ୍ଷକୁ ସନ୍ତୁଷ୍ଟ କଲା ଭଳି ନିଷ୍ପତ୍ତି

ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟରେ ଅଯୋଧ୍ୟା ମାମଲାର ଐତିହାସିକ ରାୟ। ଆଜି ଠିକ୍‌ ଦିନ ୧୦.୩୦ ମିନିଟ୍‌ରୁ ରାୟ ପଢ଼ିବା ଆରମ୍ଭ କରିଥିଲେ ସୁପ୍ରିମ୍‌ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ । ସର୍ବସମ୍ମତିରେ କ୍ରମେ ୩୦ ମିନିଟ ଭିତରେ ଏହି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପିଚାରପତି ପ୍ରଥମେ କହିଥିଲେ । ପ୍ରଥମେ ସିୟା ୱାକଫ ବୋର୍ଡର ଆବେଦନ ସହିତ ନିର୍ମୋହି ଆଖଡାର ଆବେଦନକୁ ଖାରଜ କରିଥିଲେ ସୁପ୍ରିମ୍କୋର୍ଟ। ଏହାସହିତ ସୁପ୍ରିମ୍କୋର୍ଟ କହିଛନ୍ତି ଏଏସଆଇ ତାର ରିପୋର୍ଟରେ ସଂପୃକ୍ତ ସ୍ଥାନରେ ମନ୍ଦିର ଥିବାର ପ୍ରମାଣ ମିଳିଛି । ପ୍ରତ୍ନତ ତ୍ତ୍ୱ ବିଭାଗର ଖନନ ବେଳେ ଏହି ପ୍ରମାଣ ମିଳିଥିଲା । ତେଣୁ ମନ୍ଦିର ନଥିଲା ବୋଲି କଥାକୁ ଅସ୍ବୀକାର କରାଯାଇ ପାରିବ ନାହିଁ । ତେବେ ମସଜିଦ୍ କିମ୍ବା ଦରଘା ସେଠାରେ ଥିବା ବିଷୟରେ ଏଏସଆଇ ନିର୍ଦ୍ଦିଷ୍ଟ ଭାବେ ତା ରିପୋର୍ଟରେ କୌଣସି ସୂଚନା ଦେଇନାହିଁ ।
ଏଏସ୍‌ଆଇ ରିପୋର୍ଟରେ ଦ୍ବାଦଶ ଶତାବ୍ଦୀରେ ମନ୍ଦିର ଥିବା କୁହାଯାଇଛି । ଖନନ ବେଳେ ମନ୍ଦିରର ଢାଞ୍ଚା ମିଳିଛି କିନ୍ତୁ କୌଣସି ମସଜିଦ ଥିବାର ପ୍ରମାଣ ମିଳିନଥିବା କହିଛନ୍ତି ସୁପ୍ରିମ୍କୋର୍ଟ ।
ହିନ୍ଦୁଙ୍କର ବିଶ୍ବାସ ଏହି ଜାଗା ରାମ ଜନ୍ମ ଭୂମି ଥିଲା । ସେହିଭଳି ମୁସଲମାନମାନେ ମସଜିଦରେ ଆରାଧନା କରୁଥିଲେ । ଆସ୍ଥା ଓ ବିଶ୍ବାସକୁ ଅସ୍ବୀକାର କରାଯାଇପାରିବ ନାହିଁ । ତେବେ ଆଇନଗତ ପ୍ରମାଣ ହିସାବରେ ସ୍ଥାନର ନାମକରଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଖାଲି ସ୍ଥାନରେ ବାବରଙ୍କ ସମୟରେ ମସଜିଦ୍ ନିର୍ମାଣ କରାଯାଇଥିଲା । ଖନନ ବେଳେ ଗମ୍ବୁଜ ତଳେ ମନ୍ଦିର ଥିବାର ପ୍ରମାଣ ପାଇଛି ଏଏସଆଇ । ସେଠାରେ ସୀତା ରୋଷେଇ ଘର ,ସିଂହ ଦ୍ବାରା ଏବଂ ବେଦୀ ରହିଥିବା ଏଏସଆଇ ତା ରିପୋର୍ଟରେ ଉଲ୍ଲେଖ କରିଛି ।
ବିବାଦୀୟ ଜାଗାକୁ ନେଇ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଦାବିରେ ସମାନ କଥା ରହିଛି । ତେବେ କେବଳ ବିଶ୍ବାସକୁ ଆଧାର କରି ରାୟ ଦେଇ ହେବନାହିଁ । ଅବଶ୍ୟ ଏହି ବିବାଦୀୟ ସ୍ଥାନ ଉପରେ ମୁସଲିମ୍ ବୋର୍ଡ ତାର ଦାବି ପ୍ରମାଣ କରି ପାରିନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କର ଜାଗା ବୋଲି ସେମାନେ ପ୍ରମାଣ ଦେଇ ପାରି ନାହାନ୍ତି । ବ୍ରିଟିଶ୍ ସମୟରେ ସେଠାରେ ନମାଜ୍ ପଢାଯାଉଥିବାର କୌଣସି ପ୍ରମାଣ ମିଳିଲାନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହେଲେ ତା ପୂର୍ବରୁ ହିନ୍ଦୁମାନେ ସେଠରେ ପୂଜାର୍ଚ୍ଚନା କରୁଥିବାର ପ୍ରମାଣ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.