ଲୋଭ ହେଲା କାଳ, ‘ମୌତ୍‌ କା କୁଆଁ’ରେ ଷ୍ଟଣ୍ଟ୍‌ ଦେଖାଉଥିବା ବେଳେ ଘଟିଲା ଏମିତି ଦୁର୍ଘଟଣା!

ମୌତ୍‌ କା କୁଆଁରେ ଷ୍ଟଣ୍ଟ୍‌ ଦେଖାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଷ୍ଟଣ୍ଟ୍‌ମ୍ୟାନ୍‌। ଆହତ ଷ୍ଟଣ୍ଟ୍‌ମ୍ୟାନ୍‌ଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ଲାଗି ସେଠାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭାଇରାଲ ଭିଡିଓରେ ଷ୍ଟଣ୍ଟ୍‌ମ୍ୟାନ୍‌ ମକରୁବ୍‌ ଷ୍ଟଣ୍ଟ୍‌ କରୁଥିବା ଦେଖିବାକୁ ମିଳୁଛି। ତେବେ ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

ku1

ଏହାସହ ପଢ଼ନ୍ତୁ: ‘ଗୁରୁଜୀ ମୁଁ ଆସୁଛି’ ବୋଲି କହି ବିଲ୍ଡିଂରୁ କୁଦିପଡ଼ିଲେ ଯୁବ ଇଞ୍ଜିନିୟର, ଘଟଣା ଜାଣିଲେ ଚକିତ ହୋଇଯିବେ ଆପଣ

ମିଡିଆ ରିପୋର୍ଟ ମୁତାବକ, ଅଲ୍‌ମୋଡା ଜିଲାର ସିମକନି ମଇଦାନରେ ଫନ୍‌ ଫେୟାର୍‌ ମେଳା ଲାଗିଛି। ଏହି ମେଳାରେ ପଡ଼ିଥିବା ‘ମୌତ୍‌ କା କୁଆଁ’ରେ ବାଇକ୍‌ ଷ୍ଟଣ୍ଟ୍‌ ଦେଖାଉଥିଲେ ଷ୍ଟ୍‍ଣ୍ଟମ୍ୟାନ୍‌। କିନ୍ତୁ ହଠାତ୍‌ ସେ ତଳକୁ ପଡ଼ିଯିବାରୁ ଗୁରୁତର ଆହତ ହୋଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ସେପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା, ଭିଡ଼ରୁ କେହି ଜଣେ ବାଇକରଙ୍କୁ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ। ଏହାକୁ ନେବା ଚକ୍କରରେ ଏହି ବଡ଼ ଦୁର୍ଘଟଣା ଘଟିଲା। ପୋଲିସ ତରଫରୁ ଏ ନେଇ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.