କାବୁଲ ଠାରେ ବଡ ଧରଣର କାର ବିସ୍ପୋରଣ, ୭ ମୃତ

କାବୁଲ:ଆଜି ସକାଳେ ଆଫଗାନିସ୍ଥାନର କାବୁଲ ଠାରେ ଏକ ବଡ ଧରଣର କାର ବିସ୍ପୋରଣ ଘଟିଯାଇଛି । ଏହି ଘଟଣା ଟିରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗଭୀର ଭାବେ ଆହତ ହୋଇଥିବା ଜଣା ଯାଇଛି । ଏହି ଘଟଣାଟି ବୁଧବାର ସକାଳ ପ୍ରାୟ ୭ ଟା ୨୫ ମିନିଟ ସମୟରେ କାବୁଲ ସହର ଠାରୁ ୧୫ କିଲୋମିଟର ଦୂର କସାବା ସହରରେ ଘଟି ଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହା ସହ ଏହି ଭୟଙ୍କର ବିସ୍ପୋରଣ ଟିରେ ବହୁ ସଂଖ୍ୟାରେ କାର ସମ୍ପୂର୍ଣ ରୂପେ ଧ୍ବଂସ ହୋଇଛି । କିନ୍ତୁ ଏଯାବତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.