ପୁଣି ଟ୍ରେନ ଦୁର୍ଘଟଣା, ସୁହେଲଦେବ ଏକ୍ସପ୍ରେସ ଲାଇନଚ୍ୟୁତ

ଗାଜିପୁରରୁ ଦିଲ୍ଲୀ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରାକରୁ ଖସିଛି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ଦୁଇଟି ଡବା ଏବଂ ଇଂଜିନ ଟ୍ରାକରୁ ଖସିପଡିଛି । ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ଖବର ମିଳିଛି ।

ଉତ୍ତରପ୍ରଦେଶ ପ୍ରୟାଗରାଜରେ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ । ଗାଜିପୁରରୁ ଦିଲ୍ଲୀ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରାକରୁ ଖସିଛି । ଟ୍ରେନର ଦୁଇଟି ଡବା ଏବଂ ଇଂଜିନ ଟ୍ରାକରୁ ଖସିପଡିଛି । ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ଖବର ମିଳିଛି । ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ହଠାତ୍ ଟ୍ରାକର ତଳକୁ ଖସି ପଡିଥିଲା ।

ଉତ୍ତରପ୍ରଦେଶ ରେଲୱେ ପିଆରଓ ଏହି ଘଟଣାରେ କେହି ହତାହତ ହୋଇନଥିବା କହିଛନ୍ତି । ତେବେ ଦୁର୍ଘଟଣା ରାତି ୯ଟା ହୋଇଥିଲା । ଇଂଜିନ ସହିତ ଟ୍ରେନରୁ ଦୁଇଟି ବଗି ଟ୍ରାକରୁ ଖସିଯାଇଥିଲା । ତେବେ ଦୁର୍ଘଟଣା କେମିତି ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ରବିବାର ରାତିରେ ଆନ୍ଧ୍ରପ୍ରଦେଶରେ ଏକ ବଡ଼ ରେଳ ଦୁର୍ଘଟଣା ହୋଇଥିଲା । ଏଥିରେ ଦୁଇଟି ପାଞ୍ଜେସର ଟ୍ରେନ ଧକ୍କା ହେବା ଫଳରେ ୧୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଥିଲେ । ଘଟଣାଟି ବିଜୟନଗରମର କଣ୍ଟାକପ୍ପଲେ ଏବଂ ଆଲମଣ୍ଡା ରେଲେଓ୍ଵ ଷ୍ଟେସନ ମଧ୍ୟରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.