Below header

ମଣିପୁର ଭାଇରାଲ ଭିଡିଓ: ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…ଘଟଣା ମେ’ ୪ର, FIR କାହିଁକି ମେ’ ୧୮ରେ ପଞ୍ଜୀକୃତ ହେଲା?

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମ୍‌କୋର୍ଟ ପୁଣିଥରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଭିଡିଓ ଭାଇରାଲ ହେବା ପରେ ହିଁ ଏହି ମାମଲା ସାମ୍ନାକୁ ଆସିଛି। କିନ୍ତୁ ଏହା ଏକମାତ୍ର ଘଟଣା ନୁହେଁ।

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମ୍‌କୋର୍ଟ ପୁଣିଥରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଭିଡିଓ ଭାଇରାଲ ହେବା ପରେ ହିଁ ଏହି ମାମଲା ସାମ୍ନାକୁ ଆସିଛି। କିନ୍ତୁ ଏହା ଏକମାତ୍ର ଘଟଣା ନୁହେଁ, ଯେଉଁଠି ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ଏହିପରି ଅନ୍ୟାନ୍ୟ ଘଟଣା ମଧ୍ୟ ଅଛି।

ସିଜେଆଇ (CJI) କହିଛନ୍ତି, ମହିଳାଙ୍କ ପ୍ରତି ହିଂସାର ବ୍ୟାପକ ଘଟଣାକୁ ଦେଖିବା ପାଇଁ ଆମକୁ ଏକ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ହେବ ଯେ ଏହିପରି ସମସ୍ତ ମାମଲା ଉପରେ ଧ୍ୟାନ ଦିଆଯିବ। ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ମେ’ ୩ ପରଠାରୁ ମଣିପୁରରେ ହିଂସା ଆରମ୍ଭ ହେବା ପରେ ଏଭଳି କେତେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି?

ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ପଚାରିଥିଲେ କି, ଯେତେବେଳେ ଏହି ଘଟଣା ମେ’ ୪ରେ ଘଟିଥିଲା, ତେବେ ଏଫ୍‌ଆଇଆର୍‌ ମେ’ ୧୮ରେ କାହିଁକି ପଞ୍ଜିକୃତ ହୋଇଥିଲା? ମହିଳାମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଏବଂ ଦୁଇଜଣଙ୍କୁ ଦୁଷ୍କର୍ମ କରାଯିବାର ଘଟଣା ଯେବେ ସାମ୍ନାକୁ ଆସିଥିଲା, ସେତେବେଳେ ପୋଲିସ କ’ଣ କରୁଥିଲା?

କହି ରଖୁଛୁ, ମଣିପୁର ହିଂସା ସହ ଜଡ଼ିତ ଆବେଦନ ଉପରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦୀଓ୍ଵାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଶୁଣାଣି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.