ବିନା ଶେଷ ସେମିଷ୍ଟର ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ: ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା ହେବ। ଏନେଇ ସୁପ୍ରିମ କୋର୍ଟଙ୍କ ତିନିଜଣିଆ ରାୟ ଶୁଣାଇଛନ୍ତି। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁବାସ ରେଡ୍ଡୀ ଓ ଜଷ୍ଟିସ ଏମଆର ସାହାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ୟୁଜି-ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ବିନା  ଶେଷ ସେମିଷ୍ଟର ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ। ତେବେ କରୋନା ମହାମାରୀ ପାଇଁ ରାଜ୍ୟ ସରକାର ଚାହିଁଲେ ପରୀକ୍ଷା ତାରିଖ ଘୁଞ୍ଚାଇବା ନେଇ ୟୁଜିସିକୁ ଆବେଦନ କରିପାରିବେ। ଯାହା ଦ୍ୱାରା ଶେଷ ବର୍ଷର ପରୀକ୍ଷା ସଂପୂର୍ଣ୍ଣ ହୋଇପାରିବ।

ବିଭିନ୍ନ ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ସାରିବା ପାଇଁ ୟୁଜିସି ପକ୍ଷରୁ ଗତ ଜୁଲାଇ ୬ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ନେଇ ୟୁଜିସି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ କରାଯାଇଥିଲା। ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍‌ ଏମ୍‌. ଆର୍‌ ଶାହାଙ୍କ ଖଣ୍ଡୀପୀଠ ଏହି ମାମଲାର ଶୁଣାଣି କରିଥିଲେ। ଅଗଷ୍ଟ ୧୮ରେ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। କରୋନା ମହାମାରୀ ପାଇଁ ପରୀକ୍ଷାକୁ ବିରୋଧ କରି ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସୁପ୍ରିମକୋର୍ଟ ଯାଇଥିଲେ । ଶେଷ ସେମିଷ୍ଟାର ପରୀକ୍ଷା ବାତିଲ ପାଇଁ ସେମାନେ ଆବେଦନରେ ଦର୍ଶାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.