ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର:  ବର୍ତ୍ତମାନର କରୋନା ସ୍ଥିତିକୁ ଲକ୍ଷ କରି ଓଡିଶା ଲୋକ ସେବା ଆୟୋଗ ଚଳିତ ବର୍ଷର ଓସିଏସ ବା ଓଡିଶା ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷାକୁ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅର୍ଥାତ ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ-OCS ମୁଖ୍ୟ ଲିଖିତ ପରୀକ୍ଷା । ରାଜ୍ୟରେ ଭୟାବହ ସ୍ଥିତିର କରୋନା ପରିସ୍ଥିତି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଓପିଏସ୍ସି କତ୍ତୃପକ୍ଷ । ଏପରି ଏକ ବିପର୍ଯ୍ୟୟ ସମୟରେ କୌଣସି ପରୀକ୍ଷା ଅନୁଷ୍ଠିତ କରାଗଲେ, ପରୀକ୍ଷାର୍ଥୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି ।

 

କହିରଖିବା ଉଚିତ ହେବକି, ଆସନ୍ତା ସେପ୍ଟେମ୍ବର ମାସରେ ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ କରାଯାଇଥିଲା । ପରିସ୍ଥିତି ସୁଧୁରିଲେ ଏହାକୁ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ କରାଯାଇପାରେ । ଏନେଇ ଓପିଏସସି ପକ୍ଷରୁ ପରବର୍ତ୍ତୀ ସମୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । କହିରଖିବା ଉଚିତ ହେବକି ଚଳିତ ବର୍ଷର ଅର୍ଥାତ ୨୦୧୯ ବର୍ଷ ପାଇଁ ଓସିଏସ ପରୀକ୍ଷା ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ କିଛି ଦିନ ହେବ ଦିନକୁ ୩ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.