ଯେଉଁ ସମସ୍ୟାର ସମାଧାନ ସରପଞ୍ଚ କିମ୍ବା ପୋଲିସ କରିପାରିଲେନି, ନିରୀହ ପଶୁ ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ରାଜସ୍ଥାନର ଉଦୟପୁରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ସମସ୍ୟାର ସମାଧାନ ଗାଁ ସରପଞ୍ଚ ଏବଂ ପୋଲିସ କରିପାରିଲେନି ସେତେବେଳେ ନିରୀହ ପଶୁଟି ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଉଦୟପୁର ବଲ୍ଲଭନଗର ତହସିଲ ଖେରୋଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଯେଉଁଠାରେ ଗୋଟିଏ ଛେଳିକୁ ଦୁଇଜଣ ମାଲିକ ମୋର କହି ଦାବି କରିଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ଉପରେ ଖେରୋଡା ଥାନା ଅଧିକାରୀଙ୍କ ଟିମ୍‌ ଉଭୟ ମାଲିକଙ୍କୁ ଛେଳି ସହିତ ଉପସ୍ଥିତ ରହିବାକୁ କହିଥିଲେ। ଏହାପରେ ଛେଳି ତାଙ୍କ ଛୁଆ ପାଖକୁ ଯାଇ କ୍ଷୀର ଦେଇ ଘଟଣାର ସତ୍ୟ ଉନ୍ମୋଚନ କରିଥିଲା।
ଖେରୋଡା ଥାନା ଅନ୍ତର୍ଗତ ଧୋଲାକୋଟ ଗାଁର ବାସିନ୍ଦା ବାବରୁ ରାଓତଙ୍କ ଛେଳି ଜଙ୍ଗଲରେ ଚରିବାକୁ ଯାଇ ସେଠାରୁ ହଜିଯାଇଥିଲା। ଯେତେବେଳେ ବାବରୁ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ଛେଳି ଖୋଜିଥିଲେ, ସେତେବେଳେ ସେ ଗାଁ ଠାରୁ ୪ କିମି ଦୂରରେ ଥିବା ମାସିଙ୍ଗପୁରା ଗାଁ ଡାଙ୍ଗପଲାରେ ଥିବା ଖବର ପାଇଥିଲେ।

goat

ବାବରୁ ମାସିଙ୍ଗପୁରା ଗାଁର ଓମକାରଲାଲ ରାଓତଙ୍କ ଘରେ ପହଞ୍ଚିଥିବା ପରେ ସେଠାରେ ତାଙ୍କ ଛେଳି ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ। ଏହି ସମୟ ମଧ୍ୟରେ ଓମକାରଲାଲ ଛେଳିକୁ ନିଜର ବୋଲି କହିବାରୁ ତାଙ୍କୁ ତଡି ଦେଇଥିଲେ । କିନ୍ତୁ ବାବରୁ ହାର ମାନିନଥିଲେ। ସେ ଗାଁ ସରପଞ୍ଚଙ୍କ ସମର୍ଥନ ଲୋଡିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ଏହାପରେ ବାବରୁ ଏହାକୁ ଖେରୋଡା ଥାନାରେ ଜଣାଇଥିଲେ। ପୋଲିସ କର୍ମଚାରୀମାନେ ବାବରୁ ଏବଂ ଓମକାରଙ୍କୁ ଥାନାକୁ ଡକାଇଥିଲେ।

goat 1

ଏଥିରେ ଛେଳି ବାବରୁଙ୍କ ଛେଳିଛୁଆ ପାଖକୁ ଯାଇ କ୍ଷୀର ଖାଇବାକୁ ଦେଇଥିଲା। ଏହି ସମୟରେ ଓମକାର ଆଣିଥିବା ଛୁଆ ମୁଣ୍ଡରେ ଆଘାତ କରି ତଡି ଦେଇଥିଲା। ଛେଳି ଦ୍ୱାରା କରାଯାଇଥିବା ଏହି ନ୍ୟାୟ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.