କୋର୍ଟରେ ଶୁଣାଣି ବେଳର ହେବ ଲାଇଭ ଟେଲିକାଷ୍ଟ : ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : କୋର୍ଟରେ ଶୁଣାଣି ବେଳର ଲାଇଭ ଟେଲିକାଷ୍ଟ ହେବ । ଏ ନେଇ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଏହା ପ୍ରଥମେ ସୁପ୍ରିମକୋର୍ଟରୁ ଆରମ୍ଭ ହେବ ବୋଲି କୋର୍ଟ କହିଛନ୍ତି । ଏହା ନ୍ୟାୟିକ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ବଢାଇବା ସହ ସ୍ୱଛତା ଆଣିବ ବୋଲି କୋର୍ଟ କହିଛନ୍ତି । କୋର୍ଟରୁମ୍‌ ଭିତରେ କଣ ଚାଲିଛି ତାହା ଲୋକଙ୍କୁ ଜାଣିବାକୁ ଦିଆଯାଉ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବର୍ତ୍ତମାନ ସମୟର ଏହାର ଆବଶ୍ୟକତା ରହିଛି ବୋଲି ପୂର୍ବରୁ କୋର୍ଟ କହିଥିଲେ । ଏ ନେଇ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ ଗାଇଡଲାଇନ୍‌ ଏବଂ ପରାମର୍ଶ ମାଗିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଚିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଡି. ୱାଇ ଚନ୍ଦ୍ର ଚୂଡ ଓ ଜଷ୍ଟିସ୍‌ ଏ.ଏନ୍‌  ଖାନୱିଲକର ମିଳିତ ଭାବେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ଲାଇଭ ଷ୍ଟ୍ରିମିଂ ପାଇଁ ଅନୁମତି ଦେବାକୁ ଆବେଦନ କରି ସୁପ୍ରିମକୋର୍ଟରେ ପିଆଇଏଲ କରିଥିଲେ ବରିଷ୍ଠ ଆଇନଜୀବୀ ଇନ୍ଦ୍ର ଜୟସିଂ, ଜଣେ ଆଇନ ଛାତ୍ର ସ୍ନେହିଲ ତ୍ରିପାଠୀ ଏବଂ ଏକ ସ୍ୱେଛାସେବୀ ସଂଗଠନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.