କାର୍ଯ୍ଯରେ ଅବହେଳା ଓ ବିଶୃଙ୍ଖଳା ଆଚରଣ ପାଇଁ ସସ୍‌ପେଣ୍ଡ ହେଲେ ୬ଜଣ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍) : ୬ଜଣ ଅଗ୍ନିଶମ କର୍ମଚାରୀ ସସ୍‌ପେଣ୍ଡ।  କାର୍ଯ୍ଯରେ ଅବେହେଳା ଓ ବିଶୃଙ୍ଖଳ ଆଚରଣ ପାଇଁ ବିଭାଗ ପକ୍ଷରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରଡା ଫାୟାର ଷ୍ଟେସନର ୨ କର୍ମଚାରୀ, ବାଲିଆପାଳର ୨ ଓ ଦଶପଲ୍ଲାର ୨ ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଓଡିଶା ଅଗ୍ନିଶମ କର୍ମଚାରୀଙ୍କୁ ଓଡ଼ିଶା ପୋଲିସଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ୮ ଘଣ୍ଟା ଡ୍ୟୁଟି , ଖାଲି ପଦବୀ ପୂରଣ, ଠିକା ବ୍ୟବସ୍ଥା ଉଚ୍ଛେଦ  ସଂଘକୁ ସରକାରୀ ପଞ୍ଜିକରଣ ଭଳି ୬  ଦଫା ଦାବି ରହିଛି ।

fire1ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ନିଆଁ ଲିଭା କାମ ହେଉ କି ଉଦ୍ଧାର କାର୍ଯ୍ଯକ୍ରମ, କର୍ମଚାରୀମାନେ ସହଯୋଗ କରୁନାହାନ୍ତି । ଜିଦ୍‌ ପାଇଁ ଜଳି ଯାଉଛି ଘର । ଚାଲି ଯାଉଛି ନିଷ୍ପାପ ଶିଶୁର ଜୀବନ। ହେଲେ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ୩ ଦିନ ହେଲା ଚାଲିଛି ଆନ୍ଦୋଳନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.