ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନା ନୁହେଁ : ଆଜି ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି

ନୂଆଦିଲ୍ଲୀ : ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନା ନୁହେଁ । ଆଇପିସିର ୩୭୭ ଧାରା ଉପରେ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଶୁଣାଇବେ । ପୂର୍ବରୁ ସମଲିଙ୍ଗୀ ଯୌନ ସଂପର୍କକୁ ଆଇନଗତ ମାନ୍ୟତା ଦେବାକୁ ଆଗତ ଏକାଧିକ ଆବେଦନର ଶୁଣାଣି ଶେଷ ହୋଇଛି । ଜୁଲାଇ ୧୭ ତାରିଖରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ସହମତିରେ ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧିକ ଶ୍ରେଣୀରୁ ବାଦ୍ ଦିଆଗଲେ, ଏହାକୁ ନେଇ ଥିବା ସାମାଜିକ ଅପବାଦ ଏବଂ ଘୃଣା ଆପେଆପେ ଦୂର ହେବ ।ଏଲଜିବିଟି କମ୍ୟୁନିଟିକୁ ଯେଭଳି ପକ୍ଷପାତ କରାଯାଉଛି, ତାହା ମଧ୍ୟ ଧୀରେଧୀରେ ଦୂରେଇ ଯିବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ ମତ ଦେଇଥିଲେ । ଶୁଣାଣି ବେଳେ କେନ୍ଦ୍ର ସରକାର ନିଜ ମତ ରଖିଥିଲେ ।

ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ବୋଲି ଭାରତୀୟ ସମାଜ ମନେ କରୁଆସୁଛି । ୧୮୬୦ ମସିହା ଆଇପିସିର ୩୭୭ ଧାରାରେ ଏହାକୁ ଅପରାଧ ବୋଲି ବିବେଚନା କରାଯାଇଛି । ସମଲିଙ୍ଗୀ ଯୌନ ସଂପର୍କ ରଖୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ କିମ୍ବର ଫାଇନ ଦେବାର ବ୍ୟବସ୍ଥା ରହିଛି । ୨୦୦୯ ମସିହାରେ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧ ବୋଲି ବିବେଚନା କରିଥିଲେ । ୨୦୧୩ ମସିହାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କାଏମ ରଖିଥିଲେ । ପରେ ମାମଲାର ପୁନଃବିଚାର କରିବାକୁ କେନ୍ଦ୍ର ସରକାର ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.