Below header

ସୁରଟ ହୀରା ବେପାରୀ ଦେଲେ କର୍ମଚାରୀଙ୍କୁ ୩ କୋଟି ଟଙ୍କାର ମର୍ସଡ଼ିଜ୍-ବେଞ୍ଜ ଏସୟୁଭି

ସୁରଟ : ହରେକ୍ରିଷ୍ଣା ହୀରା କମ୍ପାନି ବ୍ଯବସାୟୀ ସାବଜୀ ଢ଼ୋଲକିଆ ପୁଣି ଥରେ ତାଙ୍କ କର୍ମଚାରୀଙ୍କୁ ଉପହାର ଦେଇ ସାଜିଛନ୍ତି ଉଦାହରଣ। ହୀରା ବୈବସାୟୀ ଜଣଙ୍କ ତାଙ୍କର ତିନି ଜଣ ବରିଷ୍ଠ କର୍ମଚାରୀଙ୍କୁ ଉପହାର ସ୍ବରୁପ ମର୍ସଡ଼ିଜ୍ ବେଞ୍ଜ ଜିଏଲଏସ୍ ଏସୟୁଭି ୩କୋଟି ଟଙ୍କାର ଦେଇଛନ୍ତି। କମ୍ପାନିର ମାଲିକ ସାବଜୀ ଢ଼ୋଲକିଆ ସବୁବେଳେ ନିଜ କର୍ମଚାରୀଙ୍କର ଖାସ ଧ୍ୟାନ ରଖିଥାନ୍ତି। ଏଣୁ କମ୍ପାନିର ୩ଜଣ ବରିଷ୍ଠ କର୍ମଚାର ଯିଏ ସେଠାରେ କର୍ଯ୍ଯରତ ଭାବେ ୨୫ବର୍ଷ ପୂରଣ କରିଛନ୍ତି ସେମାନଙ୍କୁ ମାଲିକ ମର୍ସଡ଼ିଜ୍ ବେଞ୍ଜ ଉପହାର କରିଛନ୍ତି।

savji-dholakia

ମର୍ସଡ଼ିଜ୍ ବେଞ୍ଜର ଅନରୋଡ଼ ମୂଲ୍ଯ ରହିଛି ୧କୋଟି ଟଙ୍କା। କମ୍ପାନିରେ କାର୍ଯ୍ଯରତ ନିଲେଶ ଜାଡ଼େ (୪୦), ମୁକେଶ ଚାନ୍ଦପରା(୩୮) ଏବଂ ମହେଶ ଚାନ୍ଦପରା(୪୩)ଙ୍କୁ ଏହା ଉପହାର ଭାବେ ମିଳିଛି। ଏହି କର୍ମଚାରୀ ମାନେ କମ୍ପାନିର ଆରମ୍ଭ  ୧୦ ବର୍ଷରେ ଏହା ସହିତ ଜଡ଼ିତ ହୋଇଥିଲେ। ତେବେ ଏବେ ଏମାନେ କମ୍ପାନିର ସମସ୍ତ ବିଭାଗର ମୁଖ୍ଯ ଭାବେ କାର୍ଯ୍ଯରତ ଅଛନ୍ତି।

କାରର ଚାବି ଗୁଡ଼ିକ କର୍ମଚାରୀଙ୍କୁ ମଧ୍ୟପ୍ରଦେଶ ରାଜ୍ଯପାଳ ଏବଂ ଗୁଜୁରାତର ମୁଖ୍ଯମନ୍ତ୍ରୀ ଅନାଦିବେନ୍ ପଟେଲ ଦେଇଥିଲେ। ଏହା ପୂର୍ବରୁ ଗୁଜୁରାତସ୍ଥିତ ବୈବସାୟୀ ତାଙ୍କର ୧୨୦୦ଜଣ କର୍ମଚାରୀଙ୍କୁ ଡ଼ାସୁନ୍ ରେଡ଼ି-ଗୋ କାର ଉପହାର ସ୍ବରୁପ ଦେଇଥିଲେ।

Mercedes

ଏହି ଉପହାର ବିଷୟରେ କମ୍ପାନିର ମାଲିକ ଢ଼ୋଲକିଆ କହିଛନ୍ତି, ଏହି ତିନି ଜଣ କର୍ମଚାରୀ ଆମ କମ୍ପାନି ମାତ୍ର ୧୩-୧୫ବର୍ଷ ବୟସରେ ନିଯୁକ୍ତି ପାଇଥିଲେ। ସେମାନେ ହୀରା କାଟିବାରୁ ଆରମ୍ଭ କରି ତାହାକୁ ପଲିଂ କରିବା ପର୍ଯ୍ଯନ୍ତ ସବୁ ସେମାନେ ନିଜ ହାତରେ କରିଥିଲେ। କହିବାକୁ ଗଲେ ଆଜି କମ୍ପାନି ଏହି ସଫଳତାର ଉଚ୍ଚତାରେ ପହଞ୍ଚିବା ପଛରେ ଏହି କର୍ମଚାରୀଙ୍କ ବହୁତ ବଡ଼ ହାତ ରହିଛି।   କମ୍ପାନିରେ ଏବେ ସମୁଦାୟ ୫୫୦୦ ଲୋକ କାମ କରୁଥିବା ବେଳେ ୬ହଜାର କୋଟି ଟନଓଭର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.