ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ଆଦେଶ, ଶାହୀ ଇଦ୍‌ଗାହ ପରିସରରେ ହେବ ଏଏସ୍‌ଆଇ ସର୍ଭେ

ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ସଂଲଗ୍ନ ଶାହୀ ଇଦ୍‌ଗାହ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ସଂଲଗ୍ନ ଶାହୀ ଇଦ୍‌ଗାହ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୋର୍ଟ ଶାହୀ ଇଦ୍‌ଗାହ ପରିସରର ସର୍ବେକ୍ଷଣ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ ଜଣେ ଆଡ୍‌ଭୋକେଟ କମିଶନରଙ୍କ ନିଯୁକ୍ତି ଦାବିକୁ ଗ୍ରହଣ କରିଛନ୍ତି।

ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ଏହା ଐତିହାସିକ ନିଷ୍ପତ୍ତି। ଇଦ୍‌ଗାହ ପରିସରର ସର୍ଭେକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି। ଆଡ୍‌ଭୋକେଟ କମିଶନଙ୍କ ଦ୍ୱାରା ଏହି ସର୍ଭେ କରାଯିବ। ତେବେ ସର୍ଭେ କେବେଠାରୁ ଆରମ୍ଭ ହେବ, କେତେ ଲୋକ ଏଥିରେ ସାମିଲ ହେବେ, ତାହାର ରୂପରେଖ ଡିସେମ୍ବର ୧୮ରେ କୋର୍ଟ ସ୍ଥିର କରିବେ।

ଏହାପୂର୍ବରୁ ଜଷ୍ଟିସ୍‌ ମୟଙ୍କ୍‌ କୁମାର ଜୈନ ନଭେମ୍ବର ୧୬ରେ ସମ୍ବନ୍ଧିତ ପକ୍ଷଙ୍କୁ ଶୁଣିବା ପରେ ଆଦେଶ ସଂରକ୍ଷିତ ରଖିଥିଲେ। ଏହି ଆବେଦନ ଭଗବାନ ଶ୍ରୀକୃଷ୍ଣ ବିରାଜମାନ ସମିତି ଏବଂ ଅନ୍ୟ ୭ ଜଣ ଲୋକ ଓକିଲ ହରିଶଙ୍କର ଜୈନ, ବିଷ୍ଣୁ ଶଙ୍କର ଜୈନ, ପ୍ରଭାସ ପାଣ୍ଡେ ଓ ଦେବକୀ ନନ୍ଦନଙ୍କ ମାଧ୍ୟମରେ କରିଥିଲେ। ଆବେଦନକାରୀମାନେ ଦାବି କରିଥିଲେ ଯେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥଳୀ ମସଜିଦ ତଳେ ରହିଛି ଏବଂ ଏଠାରେ ଅନେକ ସଙ୍କେତ ରହିଛି, ଯାହା ପ୍ରମାଣ କରୁଛି କି, ମସ୍‌ଜିଦଟି ଏକ ହିନ୍ଦୁ ମନ୍ଦିର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.